Advertisment

India-South Africa Test Series: ଭାରତ ୩୨୭ରନ୍‌ରେ ଅଲଆଉଟ୍

ଭାରତ-ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନ୍ ଟେଷ୍ଟର ତୃତୀୟ ଦିନରେ ଭାରତ ନିଜର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ୍ ହୋଇଛି । ଗତକାଲି ଭାରତ ୩ ୱିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଆଜି ଟେଷ୍ଟର ତୃତୀୟ ଦିନରେ ଆରମ୍ଭରୁ ହିଁ ୱିକେଟ ହରାଇ ମାତ୍ର ୩୨୭ରନ୍‌ରେ ଅଲଆଉଟ୍ ହୋଇଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
india south africa test

india south africa test

ଭାରତ-ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନ୍ ଟେଷ୍ଟର ତୃତୀୟ ଦିନରେ ଭାରତ ନିଜର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ୍ ହୋଇଛି । ଗତକାଲି ଭାରତ ୩ ୱିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଆଜି ଟେଷ୍ଟର ତୃତୀୟ ଦିନରେ ଆରମ୍ଭରୁ ହିଁ ୱିକେଟ ହରାଇ ମାତ୍ର ୩୨୭ରନ୍‌ରେ ଅଲଆଉଟ୍ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ନିଗିଡି ୭୧ରନ ଦେଇ ୬ ୱିକେଟ ନେଇଥିବା ବେଳେ ରାବାଡ଼ାଙ୍କୁ ୩ ୱିକେଟ ମିଳିଛି ।

Advertisment

ମ୍ୟାଚର ଦ୍ୱିତୀୟ ଦିନରେ ଗୋଟିଏ ବି ବଲ ପଡିନଥିବା ବେଳେ ତୃତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତ ନିୟମିତ ୱିକେଟ ହରାଇଥିଲା । ମାତ୍ର ୫୬ ରନରେ ଭାରତ ତାର ଶେଷ ୭ ୱିକେଟ ହରାଇଥିଲା । ରିଷଭ ପନ୍ତ ୧୩ ରନ କରିଥିବା ବେଳେ ଭାରତର ୪ ଜଣ ବ୍ୟାଟ୍ସମ୍ୟାନ ୧୦ ଭିତରେ ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ସର୍ବାଧିକ ଲୋକେଶ ରାହୁଲ୍ ୧୨୩ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଛନ୍ତି।

ଭାରତ ତା’ର ଶେଷ ୫ ୱିକେଟ୍ ମାତ୍ର ୩୬ ରନ୍ ଭିତରେ ହରାଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୮), ରବିଚନ୍ଦ୍ରନ୍ ଅଶ୍ୱିନୀ (୪), ଶାର୍ଦ୍ଦୁଲ (୪), ମହମ୍ମଦ ଶାମି (୮) ଦୁଇଅଙ୍କ ଛୁଇଁପାରିନଥିଲେ। ଯଶପ୍ରୀତ ବୁମ୍ରା ୧୪ ରନର ଇନିଂସ୍ ଖେଳି ଭାରତକୁ ୩୨୭ ରନରେ ପହଞ୍ଚାଇଥିଲେ। ମହମ୍ମଦ ସିରାଜ୍ ୪ ରନ୍ କରି ଅପରାଜିତ ଥିଲେ। ଏହା ପୂର୍ବରୁ ମୟଙ୍କ ଅଗ୍ରୱାଲ୍ ୬୦ ଓ କ୍ୟାପଟେନ୍ ବିରାଟ୍ କୋହଲି ୩୫ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଗୋଟିଏ ୱିକେଟ୍‌ ନେଇଥିଲେ।

Advertisment
India-South Africa Test Johansberg
Advertisment
Advertisment