Advertisment

ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି।

author-image
Rajalaxmi Sahoo
India secures comprehensive win against England in first T20 match

India secures comprehensive win against England in first T20 match

ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। Southamptonରେ ହୋଇଥିବା ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମ ବ୍ୟାଟିଂ କରିଥିବା ରୋହିତ୍ ଆଣ୍ଡ୍‌-କୋ ୧୯୮ ରନ୍‌ର ବିଶାଳ ସ୍କୋର କରିଥିଲେ। ଏହାର ପିଛା କରୁଥିବା ଇଂଲଣ୍ଡ ଟିମ୍ ମାତ୍ର ୧୪୮ କରିବାରେ ସମର୍ଥ ହୋଇଥିଲା।

Advertisment

ତେବେ ପ୍ରଥମ ଟି୨୦ରେ ପୁଣି ଚମକିଛନ୍ତି ହାର୍ଦ୍ଧିକ ପାଣ୍ଡିଆ ା ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ୟାନ୍‌ଙ୍କୁ କିମିଆ କରିଛନ୍ତି ହାର୍ଦ୍ଦିକ। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି। ଗତକାଲିର ମ୍ୟାଚ୍ ପରେ ତିନି ଟିକିଆ ସିରିଜ୍‌ର ୧-୦ରେ ଟିମ୍ ଇଣ୍ଡିଆ ଆଗୁଆ ରହିଛି।   

Team India T20 IND Vs ENG 1st T20
Advertisment
Advertisment