Advertisment

ବର୍ଷା ଧୋଇଦେଲା ଭାରତ-ପାକ୍‌ ମୁକାବିଲା; ପଏଣ୍ଟ ଭାଗ କଲେ ଦୁଇ ଟିମ୍‌

ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଧୋଇ ଦେଇଛି।

author-image
Manoranjan Behera
Ind Vs Pak

Ind Vs Pak

ଭାରତ-ପାକିସ୍ତାନ ଏସିଆ କପ୍‌ ମୁକାବିଲାକୁ ବର୍ଷା ଧୋଇଦେଲା । ଈଶାନ କିଶନ ଓ ପାଣ୍ଡ୍ୟା ଭାରତକୁ ୨୬୬ ରନ୍‌ରେ ପହଞ୍ଚାଇଥିଲେ । ଭାରତର ୧୦ଟି ଯାକ ୱିକେଟ ବାଣ୍ଟିନେଲା ପାକିସ୍ତାନ ପେସ୍‌ ବାହିନୀ । ବର୍ଷା ପାଇଁ ପାକିସ୍ତାନ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇ ପାରିଲାନି । ମ୍ୟାଚ ଅଧାରୁ ବାତିଲ ହେବାରୁ ପଏଣ୍ଟ ଭାଗ କଲେ ଉଭୟ ଦଳ ।

Advertisment

ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ମ୍ୟାଚ୍‌ର ଆରମ୍ଭରୁ ହିଁ ବର୍ଷା ହୋଇଥିଲା । ତଥାପି ଠିକଣା ସମୟରେ ଟସ୍‌ ପଡ଼ିବା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିଥିଲା । ଫଳରେ ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ମିଳିଥିଲା । ପାକିସ୍ତାନ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ସର୍ବାଧିକ ୪ ୱିକେଟ ଦଖଲ କରିଛନ୍ତି ।

୨୬୭ ରନର ଟାର୍ଗେଟ ପାକିଥିବା ପାକିସ୍ତାନ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ପାକିସ୍ତାନ ତା’ର ଇନିଂସ ଧାର୍ଯ୍ୟ ସମୟ ୮.୧୬ରେ ଆରମ୍ଭ କରି ପାରି ନଥିଲା। ରାତି ପ୍ରାୟ ୯ଟା ବେଳେ ବର୍ଷା ଛାଡ଼ି ଥିଲା। ଏହାପରେ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ।

Advertisment

କିନ୍ତୁ ପୁଣି ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା। ବର୍ଷା ଆଉ ନ ଛାଡ଼ିବାରୁ ରାତି ପ୍ରାୟ ୧୦ଟା ବେଳେ ମ୍ୟାଚ୍‌ ରେଫରୀ ଓ ଦୁଇ ଅମ୍ପାୟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଳ ମଧ୍ୟ ଏଥିରେ ରାଜି ହୋଇଥିଲେ।

Ind Vs Pak Asia Cup 2023
Advertisment
Advertisment