/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725019623.jpg)
avani lekhara won gold medal
ସ୍ବର୍ଣ୍ଣପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଛି ଭାରତ । ପାରା ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର ଅବନୀ ଲେଖରା । ପ୍ୟାରିସ ପାରା ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣପଦକ ଜିତିଛନ୍ତି ଅବନୀ । ପୂର୍ବରୁ ସେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।
ପାରା ଅଲିମ୍ପିକ୍ସ ହେଉ କି ଅଲିମ୍ପିକ୍ସ ଲଗାତାର ଏହି ବିଶ୍ବ ମହାକୁମ୍ଭରେ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ । ତେବେ ପ୍ୟାରିସରେ ଅବନୀଙ୍କ ସହ ଅନ୍ୟ ଭାରତୀୟ ସୁଟର ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ଅବନୀ ସ୍ବର୍ଣ୍ଣପଦକ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଅନୁସାରେ ଏହା ପୂର୍ବରୁ ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ଗୁରୁବାର ପ୍ୟାରିସ୍ ପାରାଲିମ୍ପିକ୍ସ ମଇଦାନକୁ ଓହ୍ଲାଇଥିଲେ । ସେ ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ବିଶ୍ୱ ରେକର୍ଡ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହେଲେ । ଶୀତଲ୍ଙ୍କ ବୟସ ମାତ୍ର ୧୭ ବର୍ଷ । ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଭାରତର ଆର୍ମଲେସ୍ ପାରାଆଥଲେଟ୍ ଶୀତଲ୍ ଦେବୀ ଯେଉଁଭଳି ପ୍ରଦର୍ଶନ କଲେ, ତାକୁ ସମସ୍ତେ ବାହାବାହା କହିଲେ । ସେ ଜନ୍ମଜାତ ରୋଗ ଫୋକୋମେଲିଆରେ ପୀଡ଼ିତ । ତାଙ୍କର ହାତ ନଥାଇ ମଧ୍ୟ ସେ ଗତ କିଛି ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି ।
ରାଙ୍କିଙ୍ଗ୍ ରାଉଣ୍ଡରେ ଅଂଶଗ୍ରହଣ କରିଥିବାବେଳେ ଶୀତଲ୍ ପାରା ଗେମ୍ସ ଏବଂ ବିଶ୍ୱ ରେକର୍ଡ ଭାଙ୍ଗି ୭୦୩ ପଏଣ୍ଟ ହାସଲ କରିଥିଲେ । କିନ୍ତୁ କ୍ୱାଲିଫିକେସନ୍ ରାଉଣ୍ଡର ଶେଷ ସଟ୍ରେ ପ୍ରତିପକ୍ଷ ଖେଳାଳି ତାଙ୍କୁ ପଛରେ ପକାଇ ଦେଇଥିଲେ।
ସ୍ବର୍ଣ୍ଣ ପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଛି ଭାରତ । ପାରା ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର ଅବନୀ ଲେଖରା । ପ୍ୟାରିସ ପାରା ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣପଦକ ଜିତିଛନ୍ତି ଅବନୀ ।#AvaniLekhara#GoldMedal#OTVpic.twitter.com/Vovlhzt7AC
— ଓଟିଭି (@otvkhabar) August 30, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)