Advertisment

WTC: ଇତିହାସ ରଚିଲା ଟିମ୍‌ ଇଣ୍ତିଆ, ଫାଇନାଲରେ କଙ୍ଗାରୁ ଦଳ ସହ ମୁହାଁମୁହିଁ

ଟେଷ୍ଟ ଚାମ୍ପିଅନସିପ୍‌ ରେସ୍‌ରେ ଶ୍ରୀଲଙ୍କାର ପଲ୍ଲା ଭାରି ଥିବା ବେଳେ ନ୍ୟୁଜିଲାଣ୍ତରୁ ଏକ ଖୁସି ଖବର ଆସିଛି । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ କଙ୍ଗାରୁ ଦଳକୁ ଭେଟିବ । ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଫାଇନାଲରେ ନିଜ ସିଟ୍‌ ପକ୍କା କରିସାରିଥିଲା ।

author-image
Manoranjan Behera
ଅଦ୍ୟତନ ହୋଇଛି
India In WTC Final 2023

World Test Championship

ଇତିହାସ ରଚିଲା ଭାରତୀୟ କ୍ରିକେଟ ଟିମ୍ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ଲଗାତାର ଦ୍ୱିତୀୟଥର ପାଇଁ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ତିଆ । ଫାଇନାଲ୍‌ ରେସ୍‌ରେ ଶ୍ରୀଲଙ୍କାର ପଲ୍ଲା ଭାରି ଥିବା ବେଳେ ନ୍ୟୁଜିଲାଣ୍ତରୁ ଏକ ଖୁସି ଖବର ଆସିଛି । ନ୍ୟୁଜିଲାଣ୍ତରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ନ୍ୟୁଜିଲାଣ୍ତ ମ୍ୟାଚ୍‌ ସମାପ୍ତ ହୋଇଛି । ଯେଉଁଥିରେ ନ୍ୟୁଜିଲାଣ୍ତ ୨ ୱିକେଟ୍‌ରେ ବିଜୟ ଲାଭ କରିଛି । ଏହାସହ ଭାରତର ଫାଇନାଲ ରାସ୍ତା ପକ୍କା ହୋଇଛି ।

Advertisment

ତେବେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ କଙ୍ଗାରୁ ଦଳକୁ ଭେଟିବ । ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଫାଇନାଲରେ ନିଜ ସିଟ୍‌ ପକ୍କା କରିସାରିଥିଲା । ଏହି ମ୍ୟାଚ୍‌ ଜୁନ୍‌ ୭ରୁ ୧୧ ମଧ୍ୟରେ ଲଣ୍ତନର ଓଭାଲରେ ଖେଳାଯିବ । ଜୁନ୍‌ ୧୨ ତାରିଖକୁ ମଧ୍ୟ ମ୍ୟାଚ୍‌ ପାଇଁ ରିଜର୍ଭ ରଖାଯାଇଛି । ଟିମ୍‌ ଇଣ୍ତିଆ ଲଗାତାର ୨ ଥର ଫାଇନାଲରେ ପ୍ରବେଶ କରିଛି । ପୂର୍ବଥର ନ୍ୟୁଜିଲାଣ୍ତକୁ ଫାଇନାଲରେ ଭେଟିଥିଲା ଟିମ୍‌ ଇଣ୍ତିଆ । କିନ୍ତୁ ଫାଇନାଲ ହାରିଯାଇଥିଲା ଭାରତ ।

ଭାରତ ଏହି ଚାମ୍ପିଅନସିପ୍‌ ପାଇଁ ମୋଟ ୧୮ଟି ମ୍ୟାଚ୍‌ ଖେଳିଥିଲା । ଯେଉଁଥିରେ ୧୦ଟି ମ୍ୟାଚ୍‌ରେ ବିଜୟ ସହ ୫ଟି ମ୍ୟାଚ୍‌ ହାରିଥିଲା । ବାକି ୩ଟି ମ୍ୟାଚ୍‌ ଡ୍ର ରହିଥିଲା । ଟିମ୍‌ ଇଣ୍ତିଆ ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ମୋଟ୍‌ ୧୯ଟି ମ୍ୟାଚ୍‌ରୁ ୧୧ଟି ମ୍ୟାଚ୍‌ରେ ବିଜୟ ସାଙ୍ଗକୁ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।

Advertisment

ବର୍ତ୍ତମାନ ଅହମ୍ମଦାବାଦ ଟେଷ୍ଟରେ ମଜବୁତ୍ ସ୍ଥିତିରେ ଟିମ୍ ଇଣ୍ଡିଆ । ଆଜି ମ୍ୟାଚର ଶେଷ ଦିନ । ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନହରାଇ ୩ ରନ୍ କରିଥିଲା। ଭାରତ ୮୮ ରନରେ ଅଗ୍ରଣୀ ନେଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୫୭୧ ରନରେ ଶେଷ ହୋଇଥିଲା । ଶୁଭମନ୍ ଗିଲଙ୍କ ପରେ ଶତକ ହାସଲ କରିଥିଲେ ବିରାଟ କୋହଲି। ଶେଷ ଆଡକୁ ଅକ୍ଷର ପଟେଲ ମଧ୍ୟ ଲଢୁଆ ୭୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରିଥିଲା।

India Vs Australia World Test Championship
Advertisment
Advertisment