/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694930705.jpg)
Asia Cup 2023
ଏସିଆ କପରେ ଆଜି ହାଇଭୋଲଟେଜ ଲଢେଇ । ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବନାମ ଭାରତ । ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଜିତି ଏକ ପଜିଟିଭ ଆଟିଚୁଡ୍ ନେଇ ଦୁଇ ଦଳ ପଡିଆକୁ ଓହ୍ଲାଇବେ । ଏହା ପୂର୍ବରୁ ଭାରତ ୯ ଥର ଏସିଆ କପ ଫାଇନାଲ ଖେଳିସାରିଛି । ୭ ଥର ଏହି ଟାଇଟଲ ହାତେଇଛି ଏବଂ ଶ୍ରୀଲଙ୍କା ୬ ଥର ଜିତିଛି ଏସିଆ କପ ।
ଆସନ୍ତୁ ନଜର ପକାଇବା ଭାରତୀୟ ଦଳର ଦଳର ପ୍ଲସ ଏବ ମାଇନସ ପଏଣ୍ଟ ଉପରେ....
ଭାରତ ବ୍ୟାଟିଂ ଲାଇନ ଅପ ମୁଖ୍ୟତ ନିର୍ଭର କରୁଛି ବିରାଟ, ରୋହିତ ଏବଂ ରାହୁଲ ଏବଂ ଗିଲଙ୍କ ଉପରେ । କହିବାକୁ ଗଲେ ରନ ମେସିନଙ୍କ ଉପରେ ଦଳ ସବୁଠାରୁ ଅଧିକ ଡିପେଣ୍ଡାଣ୍ଟ ଟିମ୍ ଇଣ୍ତିଆ । ତେଣୁ ତାଙ୍କ ଉପରେ ପ୍ରେସର ରହିବ, ଶ୍ରୀଲଙ୍କାର ସ୍ପିନର ନାକେଦମ କରିବେ ବିରାଟଙ୍କୁ । ୱେଲାଲାଗେ ବିରାଟଙ୍କୁ ଗତ ମ୍ୟାଚରେ ଖୁବ ହଇରାଣ କରି ତାଙ୍କୁ ଆଉଟ ବି କରିଥିଲେ । ରୋହିତ ଶର୍ମା ଏସିଆ କପରେ ତାଙ୍କ ଫର୍ମକୁ ନେଇ ବି ଟେନସନରେ ଅଛନ୍ତି । କେତେବେଳେ ଗୁଡ ଟଚରେ ଦେଖାଯ଼ାଉଛନ୍ତି ତ କେତେବେଳେ ଲାଗୁଛି କଣ ହେଉଛି ହିଟମ୍ୟାନଙ୍କୁ । ଫାଇନାଲ ମ୍ୟାଚ ପ୍ରେସର ରହିବ ତାଙ୍କ ଉପରେ ।
ସେହିପରି କ୍ରିକେଟର୍ ଶୁଭମନ ଗିଲ, ବାଲାଂଦେଶ ବିପକ୍ଷ ମ୍ୟାଚରେ ଶତକ ମାରି ସେ ଦେଖାଇସାରିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କଠାରୁ ବହୁତ ଆଶା କରାଯାଇପାରେ । ଧୀରେ ଧୀରେ ଆତ୍ମବିଶ୍ୱାସ ଫେରୁଛି ଗିଲଙ୍କ ପାଖରେ । କେଏଲ ରାହୁଲ ଇଞ୍ଜୁରୀରୁ ଆସିବା ପରେ ଲାଗୁଛି ଭାରତୀୟ ଟିମର ଯଦି କୌଣସି ବ୍ୟାଟ୍ସମ୍ୟାନ ଫିୟରଲେସ କ୍ରିକେଟ ଖେଳୁଛି ସେ ହେଉଛନ୍ତି ରାହୁଲ । ଏକଦମ୍ କନଫିଡେଣ୍ଟ, ମିଡିଲ ଅର୍ଡର ତାଙ୍କ ଉପରେ ଅନେକ ମାତ୍ରାରେ ନିର୍ଭର କରିବ । ଇଶାନ କିଷାନ ଭଲ ଖେଳିଛନ୍ତି ବାଂଲା ବିପକ୍ଷ ମ୍ୟାଚରେ.. ସେ ବି ବଡ ଇନିଂସ ଖେଳିପାରିବେ ।
ପାଣ୍ଡିଆ ଯଦି ମ୍ୟାଚରେ ଏକତରଫା ଖେଳିବେ, ତେବେ ଶ୍ରୀଲଙ୍କାର କେଉଁ ସ୍ପିନର କି ପେସର କାହାର ବି ସମ୍ମାନ ନ ରହିନପାରେ । ରବୀନ୍ଦ୍ର ଜାଡେଜାଙ୍କୁ ନେଇ ବହୁତ କିଛି କହି ହେଉନି । ସେମିତି ଖାସ ଫର୍ମ ନାହିଁ ଏସିଆ କପରେ । ଶାର୍ଦ୍ଦୁଲ ଠାକୁରଙ୍କ ଫର୍ମ ଏବଂ ଅକ୍ଷରଙ୍କ ଆହତ ସମସ୍ୟା ଭାରତୀୟ କ୍ୟାମ୍ପ ପାଇଁ ଚିନ୍ତା ଆଣିବ । ଭାରତୀୟ ବୋଲିଂ କିଏ କହୁଛି ଦୁର୍ବଳ ବୋଲି.. ବୁମରା ତ ଜବରଦସ୍ତ ଫର୍ମରେ, ବ୍ଲକ ହୋଲଡ, ୟର୍କର , ସୁଇଂ ପ୍ରଥମରୁ ପ୍ରତିପକ୍ଷ ଖେଳାଳିଙ୍କୁ ଛିଡା କରାଇ ଦେଉନାହାଁନ୍ତି । ସିରାଜ ବି ଭଲ ଲକ୍ଷ୍ୟରେ..ସାଲ୍ୟୁଟ କୁଲଦୀପଙ୍କୁ, ଲଙ୍କା ଠାରୁ ବିଜୟକୁ ଛଡାଇ ଆଣିଥିଲେ କୁଲଦୀପ ।
ଚାଇନାମ୍ୟାନଙ୍କ ବଲକୁ ବୁଝିବା ବି ବଡ କଷ୍ଟ ହେଉଛି, ଆଉ ରବୀନ୍ଦ୍ର ଜାଡେଜା ବି ନିଜର ଜଲବା ଦେଖାଇପାରନ୍ତି । ବ୍ରେକ ଥ୍ରୁ ଦେବାରେ ସେ ବି ଉପଯ଼ୋଗୀ ସାବ୍ୟସ୍ତ ହୋଇପାରନ୍ତି । ଆଉ ହାର୍ଦ୍ଦିକ ବି ଗେମ ଚେଞ୍ଜର ହୋଇପାରନ୍ତି । ହେଲେ ଏ ସବୁ ଭିତରେ ଶ୍ରୀଲଙ୍କାର ସ୍ପିନ ଆଟାକ ଭାରତୀଯ ଟିମକୁ ହଇରାଣ କରିପାରେ । ଆଉ ଯ଼ଦି ବର୍ଷା ନ ହୁଏ ତେବେ ଏକ ରୋମାଞ୍ଚକର ମ୍ୟାଚ ଦେଖିବେ ପ୍ରେମାଦାସା ଷ୍ଟାଡିଯମରେ ଦର୍ଶକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)