• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଉ ଏକ ରୋମାଂଚକର ମ୍ୟାଚ୍‌ରେ ଭାରତର ଦମଦାର ବିଜୟ । ବାଂଲାଦେଶକୁ ୫ ରନରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ବିରାଟ କୋହଲି ଅପରାଜିତ ରହି ୪୪ ବଲରୁ ୬୪ ରନ୍ କରିଥିଲେ । ସେହିପରି ଓପନର କେ.ଏଲ୍ ରାହୁଲ ୩୨ ବଲରୁ ୫୦ ଏବଂ ସୂର୍ଯ୍ୟକୁମାର ଯାଦବ ୩୦ ରନ୍ କରିଥିଲେ ।

ବାଂଲାଦେଶ ଆଗରେ ୧୮୫ ରନ୍‌ର ଟାର୍ଗେଟ ରଖିଥିଲା ଟିମ୍ ଇଣ୍ଡିଆ । ତେବେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବାରୁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ୍ ଟାର୍ଗେଟ୍ ଦିଆଯାଇଥିଲା । ନିର୍ଦ୍ଧାରିତ ଓଭରରେ ବାଂଲାଦେଶ ଟିମ୍ ୬ୱିକେଟ୍ ହରାଇ ୧୪୫ ରନ୍ କରିପାରିଥିଲା । ଆଜିର ବିଜୟ ପରେ ପଏଣ୍ଟ ଟେବୁଲ ଟପ୍‌ରେ ପହଁଚିଛି ଟିମ୍ ଇଣ୍ଡିଆ । ଏଥିସହ ଦଳର ସେମି ଫାଇନାଲ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ସେପଟେ ଆଜି ବିରାଟଙ୍କ ବ୍ୟାଟରୁ ଆସିଥିବା ଅର୍ଦ୍ଧଶତକ ଚଳିତ ବିଶ୍ୱକପ୍‌ରେ ତୃତୀୟ ହୋଇଥିବା ବେଳେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୩୬ତମ ଅର୍ଦ୍ଧଶତକ । ଏଥିସହ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ରନ୍ର ରେକର୍ଡ କରିଛନ୍ତି ବିରାଟ କୋହଲି । ଶ୍ରୀଲଙ୍କାର ଭେଟେରାନ୍ କ୍ରିକେଟର ମାହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କୋହଲି ୨୫ ମ୍ୟାଚରୁ ୧୦୧୭ ରନ୍ କରିଥିବା ବେଳେ ଜୟବର୍ଦ୍ଧନେ ୩୧ଟି ମ୍ୟାଚରୁ ୧୦୧୬ ରନ୍ କରିଛନ୍ତି ।