Advertisment

Paris Olympics 2024: ଆଜି ଭାରତକୁ ମିଳିପାରେ ୩ ଗୋଲ୍ଡ ମେଡାଲ !

ଆଜି ଅର୍ଥାତ ଜୁଲାଇ ୨୯ରେ ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ଗୋଲ୍ଡ ମେଡାଲ ଜିତିପାରିବ ।

ଅଦ୍ୟତନ ହୋଇଛି
Paris Olympics 2024 Day 3, 29 July

Paris Olympics

Advertisment

ରବିବାର ପ୍ୟାରିସ୍ ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିଛି ଭାରତ । ସୁଟିଂରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି । ପ୍ରଥମ ମହିଳା ସୁଟର ଭାବେ ସେ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି । ତେବେ ଆଜି ଅର୍ଥାତ ଜୁଲାଇ ୨୯ରେ ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ଗୋଲ୍ଡ ମେଡାଲ ଜିତିପାରିବ । ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ଗୋଲ୍ଡ ଓ ଟିମ୍ ଇଭେଣ୍ଟରେ ଗୋଟିଏ ଗୋଲ୍ଡ ମେଡାଲ ଆଜି ନିଜ ନାମରେ କରିପାରେ ଭାରତ । ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ମେଡାଲ ସୁଟିଂରୁ ଆସିପାରେ ଓ ଟିମ୍‌ ଇଭେଣ୍ଟରେ ତୀରନ୍ଦାଜୀରେ ଆଉ ଏକ ମେଡାଲ ଜିତିପାରେ ଭାରତ।

Advertisment

ଅଧିକ ପଢନ୍ତୁ : ଫାଇନାଲ ଇଭେଣ୍ଟ ବେଳେ କ’ଣ ଭାବୁଥିଲେ ମନୁ, ମେଡାଲ ଜିତିବା ପରେ କହିଲେ ମନର କଥା...

ସୁଟିଂରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ମେଡାଲ ତାଲିକାରେ ନିଜ ନାମ ରଖିବାକୁ ଚେଷ୍ଟା କରିବେ । ରବିବାର ରମିତା ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିଥିଲେ । ସେହିପରି ପୁରୁଷ ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ଅର୍ଜୁନ ବାବୁତା ସପ୍ତମ ସ୍ଥାନରେ ରହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରୁ ମୋଟ ୮ ଖେଳାଳି ଫାଇନାଲରେ ସ୍ଥାନ ପାଇଛନ୍ତି । ଆଜି ଅପରାହ୍ମ ୧ଟାରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ଅପରାହ୍ନ ୩:୩୦ରେ ଫାଇନାଲରେ ନଜର ଆସିବେ ।

Advertisment

ଏମାନଙ୍କ ବ୍ୟତୀତ ଧୀରଜ ବୋମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କୁ ନେଇ ତୀରନ୍ଦାଜୀ ଦଳରୁ ପଦକ ଆଶା କରାଯାଉଛି। ତେବେ ଆଜି ଭାରତ କେତେ ପଦକ ପାଉଛି ତାହା ଦେଖିବାର ବିଷୟ। ସୁଟିଂ ଏବଂ ତୀରନ୍ଦାଜୀ ବ୍ୟତୀତ ଭାରତୀୟ ଆଥଲେଟମାନେ ଅନ୍ୟାନ୍ୟ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ।

ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତୀୟଙ୍କ କ୍ରୀଡାସୂଚୀ

ବ୍ୟାଡମିଣ୍ଟନ୍‌

ମଧ୍ୟାହ୍ନ ୧୨.୦୦: ପୁରୁଷ ଯୁଗଳ (ଗ୍ରୁପ୍‌ ପର୍ଯ୍ୟାୟ)- ଏସ୍‌ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ

Advertisment

ମଧ୍ୟାହ୍ନ ୧୨.୫୦: ମହିଳା ଯୁଗଳ (ଗ୍ରୁପ୍‌ ପର୍ଯ୍ୟାୟ) –ଅଶ୍ୱିନୀ ପୋନ୍ନାପା-ତନୀଶା କ୍ରାଷ୍ଟୋ

ଅପରାହ୍ନ ୫.୩୦: ପୁରୁଷ ଏକକ (ଗ୍ରୁପ୍‌ ପର୍ଯ୍ୟାୟ) –ଲକ୍ଷ୍ୟ ସେନ୍‌ ବନାମ ଜୁଲିଏନ୍‌ ଜାରାଗ (ବେଲଜିୟମ୍)

ଅଧିକ ପଢନ୍ତୁ : ପ୍ୟାରିସ୍‌ ଅଲିମ୍ପିକ୍ସିରେ ମେଡାଲ୍‌ ଖାତା ଖୋଲିଲା ଭାରତ, ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ସୁଟିଂ

ମଧ୍ୟାହ୍ନ ୧୨.୪୫: ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ (ଯୋଗ୍ୟତା ପର୍ଯ୍ୟାୟ) –ମନୁ ଭାକର, ସରବଜୋତ ସିଂହ,ରିଦିମ୍‌ ସାଙ୍ଗୱାନ, ଅର୍ଜୁନ ସିଂହ ଚିମା

ଅପରାହ୍ମ ୧.୦୦: ପୁରୁଷ ଟ୍ରାପ୍‌ (ଯୋଗ୍ୟତା ପର୍ଯ୍ୟାୟ) –ପୃଥ୍ୱୀରାଜ ତୋଣ୍ଡାଇମାନ

ଅପରାହ୍ମ ୧.୦୦: ମହିଳା ୧୦ ମିଟର ଏୟାର ରାଇଫଲ (ଫାଇନାଲ୍) – ରମିତା ଜିନ୍ଦଲ

ଅପରାହ୍ମ ୩.୩୦: ୧୦ ମିଟର ଏୟାର ରାଇଫଲ (ଫାଇନାଲ୍‌) –ଅର୍ଜୁନ ବାବୁତା

ଟେନିସ୍

ଅପରାହ୍ମ ୩.୩୦: ପୁରୁଷ ଯୁଗଳ (ଦ୍ୱିତୀୟ ରାଉଣ୍ଡ- ଯଦି ଯୋଗ୍ୟ) – ରୋହନ ବୋପାନ୍ନା-ଏନ୍‌ ଶ୍ରୀରାମ ବାଲାଜୀ

ଟେବୁଲ ଟେନିସ୍

ଅପରାହ୍ମ ୧.୩୦: ମହିଳା ଏକକ (ରାଉଣ୍ଡ-୩୨) – ଶ୍ରୀଜା ଆକୁଲା ବନାମ ଜିଆନ ଜେଙ୍ଗ୍‌ (ସିଙ୍ଗାପୁର)

ହକି

ଅପରାହ୍ମ ୫.୩୦: ପୁରୁଷ ଦଳ (ଗ୍ରୁପ୍‌ ପର୍ଯ୍ୟାୟ) – ଭାରତ-ଆର୍ଜେଣ୍ଟିନା

ତୀରନ୍ଦାଜୀ

ସନ୍ଧ୍ୟା ୬.୩୧: ପୁରୁଷ ରିଜର୍ଭ ଦଳଗତ (କ୍ୱାର୍ଟର ଫାଇନାଲ) – ତୁରଣଦୀପ ରାଏ, ଧୀରଜ ବୋମାଦେବାରା, ପ୍ରବୀଣ ଯାଦବ

Shooting Olympic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ