• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସବୁ ଫର୍ମାଟରେ ନଂ ୱାନ୍‌ ଟିମ୍‌ ଇଣ୍ତିଆ । ବିଶ୍ୱ କ୍ରିକେଟ୍‌ରେ ଏବେ କିଙ୍ଗ୍‌ ପାଲଟିଛି ଟିମ୍‌ ଇଣ୍ତିଆ । ଅଷ୍ଟ୍ରେଲି‍ଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ସହ ଭାରତ ଏବେ ଦିନିକିଆରେ ନଂ ୱାନ୍‌ ସ୍ଥାନ ହାସଲ କରିଛି । ଗତକାଲି ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ୫ ୱିକେଟରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡି‍ଆ ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୭ ରନର ଟାର୍ଗେଟ ଦେଇଥିଲା । ଏହି ଟାର୍ଗେଟକୁ ଭାରତ ୮ ବଲ ବାକି ଥାଇ ହାସଲ କରିନେଇଥିଲା। ଏହି ବିଜୟ ସହ ଭାରତ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ମୋହାଲିରେ ପ୍ରଥମ ମ୍ୟାଚରେ ବିଜୟ ସହ ଏକ ବିରଳ ରେକର୍ଡ ନିଜ ନାମରେ କରିଛି ଭାରତ । କ୍ରିକେଟର ସବୁ ଫର୍ମାଟରେ ନମ୍ବର ୱାନ ହୋଇଛି ଟିମ୍ ଇଣ୍ଡି‍ଆ । ପୂର୍ବରୁ ଟେଷ୍ଟ ଓ ଟି-୨୦ରେ ଭାରତ ଏକ ନମ୍ବର ଥିବା ବେଳେ ମୋହାଲି ଦିନିକିଆ ଜିତି ଦିନିକିଆ ରାଙ୍କିଂରେ ବି ଏକ ନମ୍ବର ସ୍ଥାନ ହାସଲ କରିଛି ଭାରତ । ଦିନିକିଆ ରାଙ୍କିଂରେ ଭାରତ ପାକିସ୍ତାନକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି । ପାକିସ୍ତାନ ୧୧୫ ପଏଣ୍ଟ ସହ ଦିନିକିଆରେ ନମ୍ବର ୱାନ ସ୍ଥାନରେ ଥିଲା । ଭାରତ ମୋହାଲିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଦିନିକିଆ ରାଙ୍କିଂରେ ୧୧୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି।

ଏହି ଐତିହାସକ ସଫଳତା ପାଇବରେ ଭାରତ ହେଉଛି ଦ୍ୱିତୀୟ ଟିମ୍ । ଏହା ପୂର୍ବରୁ ଏହି ରେକର୍ଡ କେବଳ ଦକ୍ଷିଣ ଆଫ୍ରିକାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ୨୮ ଅଗଷ୍ଟ ୨୦୧୨ରେ ଏହି ଉପଲବ୍ଧି ହାସଲ କରିଥିଲା। ଦ୍ୱିତୀୟ ଦଳ ଭାବେ ଟିମ୍ ଇଣ୍ଡିଆ ଏହି ସଫଳତା ନିଜ ନାମରେ କରିଛି।