ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ । ଭାରତ ୩୫୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍ ଦଖଲ କରିବା ପରେ ଶାର୍ଦ୍ଦୁଳ
Also Read
କୁଲଦୀପ ଯାଦବ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ। ଏଥିସହ ସିରିଜ୍ ଜିତିବା ପରେ ଲଗାତାର ୧୩ଟି ଶୃଙ୍ଖଳା ବିଜୟ ହୋଇ ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ।
𝗪𝗶𝗻𝗻𝗲𝗿𝘀 𝗔𝗿𝗲 𝗚𝗿𝗶𝗻𝗻𝗲𝗿𝘀! ☺️
— BCCI (@BCCI) August 1, 2023
Congratulations #TeamIndia on winning the ODI series 🙌 🙌#WIvIND pic.twitter.com/NHRD8k5AGe