Advertisment

ଓଲଟା ପତାକା ଉଡ଼ାଇ ଟ୍ରୋଲ୍‌ ହେଲେ ପାକ୍‌ ଫ୍ୟାନ୍‌, ୟୁଜର୍ସ କହିଲେ- ‘ଏମାନଙ୍କୁ କୁଆଡ଼େ କାଶ୍ମୀର ଦରକାର...’

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍‌ ଓଲଟା ପତାକା ଉଡ଼ାଉଛନ୍ତି।

ଅଦ୍ୟତନ ହୋଇଛି
Pakistani Fan Flag Viral Video

Ind Vs Pak Match: Pakistani Fan Flag Viral Video

Advertisment

ମେଲବର୍ଣ୍ଣରେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ଦିନ ଐତିହାସିକ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ଫ୍ୟାନ୍ସଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା ମ୍ୟାଚ୍‌ ଜିତିବା ପରେ ଭାରତୀୟଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ଖାଲି ପ୍ୟାନ୍ସ ନୁହନ୍ତି ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଆସି ଯାଇଥିଲା। କିଙ୍ଗ୍‌ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ଏହି ମ୍ୟାଚ୍‌କୁ ଜିତାଇବା ପଛର ଅନ୍ୟ ଏକ କାରଣ। ତେବେ ମ୍ୟାଚ୍‌ ବେଳର ଅନେକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭାଇରାଲ୍‌ ଭିଡିଓରୁ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ଭାଇରାଲ୍‌ ଭିଡିଓ ଟି ଅକ୍ଟୋବର ୨୩, ଭାରତ-ପାକ୍‌ ମ୍ୟାଚ୍‌ ବେଳର ବୋଲି ଦାବି କରାଯାଉଛି।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍‌ ଓଲଟା ପତାକା ଉଡ଼ାଉଛନ୍ତି। ଏହାଦେଖି ଏହି ସମୟରେ ଜଣେ ଭାରତୀୟ ଦର୍ଶକ ବାରମ୍ବାର ତାଙ୍କୁ କହୁଛନ୍ତି ଯେ, ଆପଣ ଓଲଟା ପତାକା ଧରିଛନ୍ତି। ତେବେ ଲୋକଙ୍କ ଭିଡ଼ ଓ ଜୋର ଶବ୍ଦ ଯୋଗୁ ସମ୍ପୃକ୍ତ ପାକିସ୍ତାନୀ ଫ୍ୟାନ୍‌ ଏହା ଶୁଣି ପାରିନଥିଲେ। ତେବେ ବାରମ୍ବାର ତାଙ୍କୁ କହିବା ପରେ ସେ ଏହା ବୁଝି ପାରିଥିଲେ ଓ ପତାକାକୁ ସିଧା କରିଥିଲେ। ଏହାପରେ ଭାରତୀୟ ଫ୍ୟାନ୍ସ ହସିବା ସହ ଏହି ସମୟରେ କହିଥିଲେ- ଏମାନଙ୍କୁ କୁଆଡ଼େ କାଶ୍ମୀର ଦରକାର। ଏହି ଭିଡିଓ ସୋସିଆଲ୍‌ ମିଡିଆ ରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହାସହ ପାକ୍‌ ଫ୍ୟାନ୍ସଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

Advertisment

ମେଲବର୍ଣ୍ଣରେ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଏହାସହ ଗତ ବିଶ୍ୱକପ୍‌ର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି। ମ୍ୟାଚ୍‌ ଜିତିବା ପାଇଁ ୧୬୦ ରନ୍‌ ଟାର୍ଗେଟ୍‌କୁ ଟିମ୍‌ ଇଣ୍ଡିଆ ଶେଷ ବଲ୍‌ରେ ହାସଲ କରିଥିଲା। ଟିମ୍‌ ଇଣ୍ଡିଆର ଏହି ବିଜୟ ପଛରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମ ବୋଲିଂରେ ହାର୍ଦ୍ଦିକ କମାଲ୍‌ ଦେଖାଇ ୩ ୱିକେଟ୍‌ ନେଇଥିଲେ। ଏହାସହ ବ୍ୟାଟିଂ କରି ୪୦ ରନ୍‌ କରିଥିଲେ। 

ଅଧିକ ପଢ଼ନ୍ତୁ: LIVE ଇଣ୍ଟରଭିୟୁ ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ...

Advertisment

ଏମିତି ଥିଲା ଭାରତ-ପାକ୍‌ ମୁକାବିଲା...

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିବା ଭାରତ, ୪ଟି ୱିକେଟ୍‌ ଯିବା ପରେ ଫର୍ମକୁ ଫେରିଥିଲା । ୩୧ ରନ୍‌ରେ ଚତୁର୍ଥ ଓ୍ୱିକେଟ ପତନ ସତ୍ତ୍ୱେ ଭାରତ ପାଇଥିଲା ରୋମାଞ୍ଚକର ବିଜୟ। ବିରାଟ କୋହଲି ଟିମ୍‌ର କମାଣ୍ଡ ସମ୍ଭାଳିଥିଲେ। ମ୍ୟାଚ୍‌ର ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ। ପାକିସ୍ତାନ ବୋଲରଙ୍କ ସାଧାରଣ ଭୁଲ୍‌ ପାଇଁ ଭାରତ ଅଣ୍ଟିକୁ ଚାଲି ଆସିଲା ବିଜୟ ଲଡ଼ୁ। ଶେଷ ଓଭରେ ପାକିସ୍ତାନ ବୋଲରଙ୍କ ନୋ ବଲ୍‌ ଯୋଗୁ ଭାରତ ପାଇଥିଲା ଫ୍ରି-ହିଟ୍‌। 

Social Media Viral Video Ind Vs Pak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ