/odishatv-khabar/media/post_attachments/uploadimage/library/16_9/16_9_0/Ind_Vs_NZ_1697947025.jpg)
Ind Vs NZ
ଆଜି ଧର୍ମଶାଳାରେ ବଡ଼ ମୁକାବିଲା। ଦୁଇ ଅପରାଜେୟ ଟିମ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ। ଦୁଇ ଦଳ ଜବରଦସ୍ତ ଫର୍ମରେ। ଘରୋଇ କଣ୍ଡିସନର ଫାଇଦା ନେବା ଲକ୍ଷ୍ୟରେ ରହିଛି ଭାରତ। ଆଜିର ମ୍ୟାଚ ଜିତି ଉଭୟ ଦଳ ସେମିଫାଇନାଲ ନିକଟତର ହେବାକୁ ଚାହିଁବେ ନିଶ୍ଚୟ। ଆଜି ଯେଉଁ ଟିମ୍ ବିଜୟ ହାସଲ କରିବ, ସେ ଟେବୁଲ୍ ଟପ୍ରେ ରହିବ । ସେପଟେ ଧର୍ମଶାଳା ପିଚ୍ ବୋଲରଙ୍କୁ ସୁହାଇପାରେ।
ଦଳର ପ୍ରମୁଖ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଟିମ୍ ଇଣ୍ତିଆ ଧର୍ମଶାଳାରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ପାଣ୍ଡ୍ୟାଙ୍କ ବିନା ନ୍ୟୁଜିଲାଣ୍ଡ ଭଳି ଏକ ଶକ୍ତିଶାଳୀ ଦଳକୁ ଟକ୍କର ଦେବା ଭାରତ ପାଇଁ ଚ୍ୟାଲେଞ୍ଜ ଭରା ରହିବ। କାରଣ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ଭରଣା କରିବା ଭଳି ଖେଳାଳି ମଧ୍ୟ ଦଳରେ ନାହାନ୍ତି।
ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କ ସ୍ଥାନ ନେବାକୁ ଅନ୍ୟତମ ଦାବିଦାର ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଦ୍ୱିତୀୟ ସୁଯୋଗ ଅପେକ୍ଷାରେ ଥିବା ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଉଭୟ ବ୍ୟାଟ୍ ଓ ବଲ୍ରେ ଭଲ ଖେଳିପାରିବେ। କିନ୍ତୁ ଧର୍ମଶାଳାରେ ଦ୍ରୁତ ବୋଲିଂ ଅପେକ୍ଷା ଅଫସ୍ପିନ୍ ସେତେଟା କାମ କରିବନି। ତଥାପି ରବିବାର ସକାଳର ପରିସ୍ଥିତିକୁ ପରଖିବା ପରେ ଅଧିନାୟକ ଓ ପ୍ରଶିକ୍ଷକ ଶେଷ ନିଷ୍ପତ୍ତି ନେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)