• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଖେଳାଯିବ ଟି୨୦ ବିଶ୍ୱକପ୍ ପାଇଁ ଦ୍ୱିତୀୟ ସେମୀଫାଇନାଲ୍ ମ୍ୟାଚ୍‌ । ଭାରତ ଇଂଲଣ୍ଡ ଭିତରେ ହେବ କଡ଼ା ଟକ୍କର । ଆଜି ଯିଏ ଜିତିବ, ସିଏ ସୁପର ସଣ୍ଡେରେ ପାକିସ୍ତାନ ସହ ଫାଇନାଲ୍ ଖେଳିବ । କ୍ରିକେଟ୍ ପ୍ରେମୀ ଚାହୁଁଛନ୍ତି ଆଜିର ମ୍ୟାଚ୍ ଜିତି ପାକିସ୍ତାନ ସହ ହେଉ ଫାଇନାଲ୍ ମୁକାବିଲା । ଆଡିଲେଡର କେଉଁ ଟିମ୍ କାଟିବ ମେଲବୋର୍ଣ୍ଣ ପାଇଁ ଟିକେଟ୍, ତା ଉପରେ ସମସ୍ତଙ୍କ ନଜର ।

ସେମିଫାଇନାଲ୍‌ରେ ଇଣ୍ଡିଆ- ଇଂଲଣ୍ଡ ଟକ୍କର । ଆଡିଲେଡରେ ହେବ କ୍ଲାସିକ ଫାଇଟ । କିଏ ଖେଳିବ ପାକିସ୍ତାନ ସହ ଫାଇନାଲ ମ୍ୟାଚ୍‌ ? ସୁପର ସଣ୍ଡେରେ ଭାରତ ସହ ପାକିସ୍ତାନର ହେବ କି କ୍ଲାସ୍? ଆଡିଲେଡରେ ଟିମ୍‌ ଇଣ୍ଡିଆ ଦେଖାଇବ କି ଦମ୍ ? ହେବ କି ମହା ଲଢେଇ । ଇଂଲଣ୍ଡକୁ ପରାଜିତ କରି ପାକିସ୍ତାନ ସହ ମକାବିଲା କରିବ ତ ଟିମ ଇଣ୍ଡିଆ?

ବିରାଟ ଏବଂ ସୂର୍ଯ୍ୟକୁମାର ଯାଦବ ସାଜିବେ ତ ମ୍ୟାଚ ୱିନର ? ଖରାପ ଫର୍ମରେ ଥିବା କ୍ୟାପଟେନ ରୋହିତ ଫେରିବେ ତ ଫର୍ମକୁ ? ୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆଜି ମିଳିବ ଆଡିଲେଡରେ । କାରଣ ସାମ୍ନା ସାମ୍ନି ହେବେ ରୋହିତ ଆଣ୍ଡ କୋ ଏବଂ ବଟଲର ବ୍ରିଗେଡ । ୨୦୧୬ ଅର୍ଥାତ ୬ ବର୍ଷ ପରେ ଭାରତ ସେମିଫାଇନାଲ ଖେଳିବ । 

ଆସନ୍ତା ନଜର ପକାଇବା ଭାରତୀୟ ଦଳର ଷ୍ଟ୍ରେନଥ୍‌ ଉପରେ..

ସୂର୍ଯ୍ୟକମାର ଯାଦବ: 

ଏହି ବ୍ୟାଟରଙ୍କ ଉପରେ ରହିବ ସମସ୍ତଙ୍କ ନଜର । ବର୍ତ୍ତମାନ ସେ ଦଳର ସବୁଠାରୁ ଡିପେଣ୍ଡେବଲ ବ୍ୟାଟସମ୍ୟାନ । ଏ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଚମକ ଦେଖିବାକ ମିଳିଛି । ବିଶ୍ୱକପ୍‌ରେ ସୋ ମୋଟ ୩ ଟି ହାଫ ସେଞ୍ଚରୀ ମାରିସାରିଛନ୍ତି । ୩୬୦ ଡିଗ୍ରୀ ସଟ୍‌କୁ ନେଇ ଏବେ ଚର୍ଚ୍ଚାରେ ସେ । ଭାରତୀୟ ଟିମ ସେମିରେ ପହଁଚିବାରେ SKY ଙ୍କ ଏକ ବଡ ଭୂମିକା ରହିବ । ପ୍ରତିପକ୍ଷ ଇଂଲଣ୍ଡ ପାଇଁ ଡେଞ୍ଜରମ୍ୟାନ ପାଲଟିବେ ା

ବିରାଟ କୋହଲି :

ଫର୍ମ ଇଜ୍‌ ଟେମ୍ପରାରି, କ୍ଲାସ ଇଜ୍‌ ପରମାନେଣ୍ଟ । ଜବରଦସ୍ତ ଫର୍ମରେ ଅଛନ୍ତି କିଙ୍ଗ କୋହଲି । ପାକିସ୍ତାନ ବିପକ୍ଷରେ ମ୍ୟାନ ୱିନିଙ୍ଗ ଇନିଂସ ପରେ ଏବେ ଚର୍ଚ୍ଚାରେ କୋହଲି । ନେଦରଲାଣ୍ଡ ବିପକ୍ଷରେ ୪୪ ବଲର ୬୨, ବାଲାଂଦେଶ ବିପକ୍ଷରେ ୪୪ ବଲର ୬୪ ରନର ଧାମାକାଦାର ଇନିଂସ ଖେଳିଛନ୍ତି । ଧୂଆଁଧାର ଫର୍ମରେ ବିରାଟ । ଇଂଲଣ୍ଡ ବିପକ୍ଷରେ ବିରାଟଙ୍କ ଠାରୁ ଏକ ବିରାଟ ଇନିଂସ ଆଶା କରଛି ଦଳ ।  

କେ. ଏଲ ରାହୁଲ :

କିଛି ମାତ୍ରାରେ ଫର୍ମକୁ ଫେରିଛନ୍ତି ଏହି ଷ୍ଟାଇଲିସ ବ୍ୟାଟର । ବାଲାଂଦେଶ ଏବଂ ଜିମ୍ବାେୱେ ବିପକ୍ଷରେ ଅବଶ୍ୟ ଟିକେ ଫର୍ମକୁ ଫେରିଛନ୍ତି । ହେଲେ ଇଂଲଣ୍ଡ ବିପକ୍ଷରେ ତାଙ୍କ ଭଲ କରିବାକ ହିଁ ପଡିବ । 

ରୋହିତ ଶର୍ମା :

ଟିମ୍‌ରେ ଏବେ ସବଠାରୁ ବଡ ଚିନ୍ତା କ୍ୟାପ୍ଟେନ ରୋହିତଙ୍କ ନେଇ । ଆଦୌ ହିଁ ଭଲ ଫର୍ମରେ ନାହାନ୍ତି । ଏହାପରେ ପୁଣି ଆହତ ସମସ୍ୟା । ଦୁଇ ଓପନରଙ୍କ ଭିତରେ ଏ ପଯର୍ୟନ୍ତ ୫୦ ରନର ତ ପାର୍ଟନରସିପ ବି ହୋଇପାରିଲାନି । ନା ଦିନେଶ କାର୍ତ୍ତିକ ନା ରିଷଭ କେହି ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିଛନ୍ତି । ପାଣ୍ଡ୍ୟାଙ୍କଠାର ଯାହା ଆଶା କରାଯାଉଥିଲା, ତାହା ଏ ପର୍ଯ୍ୟନ୍ତ ଆମେ ବ୍ୟାଟିଂରେ ତ ଦେଖିପାରିନେ ।

ଅର୍ଶଦୀପ ସିଂ: 

ବୁମରା ନଥିଲେ କଣ ହେଲା, ବୋଲିଂରେ ତ ଆମ ପାଖରେ ଅର୍ଶଦୀପ ଅଛନ୍ତି । ଆଜି ଇଂଲଣ୍ଡ ବିପକ୍ଷରେ ହେବ ବଲ୍ଲେ ବଲ୍ଲେ । ଆରମ୍ଭରୁ ସୁଇଙ୍ଗ ବୋଲିଂ ଏବଂ ଶେଷ ଓଭରରେ ମଧ୍ୟ ପ୍ରତିପକ୍ଷଠାର ମ୍ୟାଚ ଛଡାଇ ଆଣିବାର ଦକ୍ଷତା ରହିଛି ଏହି ଖେଳାଳି ମଧ୍ୟରେ ା ତାଙ୍କ ବୋଲିଂ ପ୍ରଦର୍ଶନ ଏବେ ବେଶ୍‌ ପ୍ରଭାବଶାଳୀ ରହିଛି । ପାକିସ୍ତାନ ବିପକ୍ଷରେ ୩ଟି ଓ୍ୱିକେଟ,  ନେଦରଲାଣ୍ଡ ବିପକ୍ଷରେ ୨ଟି, ବାଲାଂଦେଶ ବିପକ୍ଷରେ ୨ଟି ୱିକେଟ ନେଇ ଟିମଇଣ୍ଡିଆ ବୋଲିଂ ଲାଇନଅପରେ ଷ୍ଟ୍ରେନଥ୍‌ ପାଲଟିଛନ୍ତି ଏବେ । ସେପଟେ ସାମିଙ୍କ ପ୍ରଦର୍ଶନ ବି ଶାନଦାର୍‌ ରହିଛି । ୱିକେଟ ବହୁତ ନ ମିଳିଥାଇପାରେ, କିନ୍ତୁ ବ୍ୟାଟରଙ୍କ ସଯୋଗ ଦେଉନାହାନ୍ତି ରନ କରିବାକୁ । ଭୁବନେଶ୍ୱର କମାର ବି ୱାର୍ଲଡ କପରେ ଭଲ ପ୍ରଦର୍ଶନ କରଛନ୍ତି । ହେଲେ ଦଳର ସବଠାରୁ ଦୁର୍ବଳତା ହେଉଛି ସ୍ପିନ ଆଟାକ ।

ନା ଅକ୍ଷର ପଟେଲ ନା ଅଶ୍ୱିନ, କେହି ମଧ୍ୟ ସଫଳତା ପାଉନାହାନ୍ତି । ଅଶ୍ୱିନଙ୍କ ସ୍ଥାନରେ ଚହଲଙ୍କ ମିଳିପାରେ କି ସୁଯୋଗ । ଇଂଲଣ୍ଡ ବିପକ୍ଷରେ ତାଙ୍କ ପ୍ରଦର୍ଶନ ମଧ୍ୟ ଏମିତି ଦମଦାର ରହିଥାଏ । ୧୧ ମ୍ୟାଚରେ ୧୬ ଟି ୱିକେଟ ନେଇଛନ୍ତି ୟୁଝଭେନ୍ଦ୍ର ଚହଲ । ଖାଲି ଏତିକି ନୁହେଁ ଖରାପ ଫିଲିଡିକ ନେଇ ମଧ୍ୟ ଚିନ୍ତା । ତାକୁ ବି ସୁଧାରିବାକୁ ପଡିବ । 

ସାଉଥ ଆଫ୍ରିକା ବିପକ୍ଷରେ ତ ଦଳର ଖରାପ ଫିଲଡିଂ ହିଁ ବିଜୟ ହାତର ଛଡାଇନେଲା । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ଭଲ କରିବାକୁ ପଡିବ । ପାକିସ୍ତାନ ଯେମିତି ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ଫିଲ୍ଡିଂ କରି ବଡ ସ୍କୋର କରାଇ ଦେଇନଥିଲା ନ୍ୟୁଜିଲାଣ୍ତକୁ । ତେଣୁ ୨୦୦୭ ପରେ ଆଉ ଏକ ସଯୋଗ ଅପେକ୍ଷାରେ କ୍ରିକେଟ ଫ୍ୟାନ । ପୁଣି ଥରେ ଦର୍ଶକ ଦେଖିବାକୁ ପାଇବେ କି ସୁପରସଣ୍ଡେରେ ଆଉ ଏକ ସୁପର ଫାଇନାଲ । ବେଷ୍ଟ ଅଫ ଲକ୍‌ ଟିମ୍ଇଣ୍ଡିଆ ।