ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଆସନ୍ତା ସପ୍ତାହରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିପାରେ । ତେବେ ଚୁଡ଼ାନ୍ତ କାର୍ଯ୍ୟସୂଚୀ ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଭାରତୀୟ ଦଳର ସମସ୍ତ ମ୍ୟାଚ୍ କେବଳ ପାକିସ୍ତାନରେ ହେବ ବୋଲି ସ୍ଥିର ହୋଇଛି ।
Also Read
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ । ତେବେ ନଭେମ୍ବର ୧୧ରେ ରିଲିଜ୍ ହେବାକୁ ଥିବା କାର୍ଯ୍ୟସୂଚୀରେ ଭେନ୍ୟୁକୁ ନେଇ କୌଣସି ସୂଚନା ରହିବ ନାହିଁ ବୋଲି କୁହାଯାଉଛି । ମ୍ୟାଚ୍ର ଭେନ୍ୟୁକୁ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।
ଅଧିକ ପଢ଼ନ୍ତୁ: AUS-A vs IND-A: Unofficial ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ; ଫେଲ୍ ହେଲେ KL Rahul
ସୂଚନା ଅନୁସାରେ ପାକିସ୍ତାନ ହେଉଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଅଫିସିଆଲ୍ ହୋଷ୍ଟ । କିନ୍ତୁ ଭାରତୀୟ କ୍ରିକେଟ୍ ବୋର୍ଡ- ବିସିସିଆଇ ଏହା ସ୍ପଷ୍ଟ କରିସାରିଛି ଯେ ସେମାନେ ପାକିସ୍ତାନ ଗସ୍ତରେ ଟିମ୍ ଇଣ୍ଡିଆକୁ ପଠାଇବ ନାହିଁ । ସେପଟେ ଭାରତ ସରକାର ମଧ୍ୟ ଏପର୍ଯ୍ୟନ୍ତ ପାକିସ୍ତାନକୁ ଟିମ୍ ପଠାଇବ କି ନାହିଁ ତାହା ସ୍ପଷ୍ଟ କରି ନାହିଁ ।
କିନ୍ତୁ ଏସବୁ ମଧ୍ୟରେ କାର୍ଯ୍ୟସୂଚୀରେ ଭାରତର ମ୍ୟାଚ୍ କେବଳ ପାକିସ୍ତାନରେ ସ୍ଥିର ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ଯଦି ଏହି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଚମ୍ପିଆନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ । ସେହିପରି ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯାଇପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ଦଳର ସବୁ ମ୍ୟାଚ୍ ଲାହୋରରେ ଧାର୍ଯ୍ୟ କରାଯାଇଛି ।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଆଇସିସିର ଏକ ପ୍ରତିନିଧୀ ଦଳ ୧୦ରୁ ୧୨ ନଭେମ୍ବର ମଧ୍ୟରେ ଲାହୋରରେ ପହଞ୍ଚିବେ । ଚମ୍ପିଆନ୍ସ ଟ୍ରଫି ପାଇଁ ହେଉଥିବା ସମସ୍ତ ପ୍ରସ୍ତୁତିର ତଦାରଖ କରିବେ । ଏହି ସମୟରେ, ଅର୍ଥାତ ନଭେମ୍ବର ୧୧ରେ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ ।
କାର୍ଯ୍ୟସୂଚୀ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍-Aରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ସହ ବାଂଲାଦେଶ ରହିବ । ଯେତେବେଳେ କି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ଗ୍ରୁପ୍ –B ରେ ରହିବେ । ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରେ । ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳକୁ ନେଇ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଲାହୋର, କରାଚି ଏବଂ ରାୱଲପିଣ୍ଡିରେ ଅନୁଷ୍ଠିତ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।