/odishatv-khabar/media/post_attachments/uploadimage/library/16_9/16_9_0/s_1667116673.jpg)
ICC T20 World Cup 2022
ଟି-୨୦ ବିଶ୍ୱକପ୍(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍। ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ଚଳିତ ବିଶ୍ୱକପ୍ରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏ ମ୍ୟାଚ୍ ଖେଳି ସାରିଥିବା ବେଳେ କେହି ହେଲେ ହାରି ନାହାନ୍ତି। ଭାରତ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱ ରଖୁଛି। ତେଣୁ ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା।
ଅଷ୍ଟ୍ରେଲିଆର ସବୁଠାରୁ ଫାଷ୍ଟେଷ୍ଟ ଟ୍ରାକ୍ରେ ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଭିତରେ ମୁକାବିଲା ହେବ। ପ୍ରଥମ ଦୁଇଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନ ଏବଂ ନେଦରଲାଣ୍ଡକୁ ହରାଇବା ପରେ ଦଳ ଏବେ ଜବରଦସ୍ତ ଫର୍ମରେ ରହିଛି। ସେପଟେ ପ୍ରୋଟିଜ ମଧ୍ୟ ବାଲାଂଦେଶକୁ ଏକତରଫା ମ୍ୟାଚ୍ରେ ହରାଇ ଏବେ ବିଲ୍କୁଲ୍ କନଫିଡେଣ୍ଟ। ଦଳର ବୋଲିଂ ଆଟାକ ଜବରଦସ୍ତ। ରାବଡା, ନିଗଡି, ପର୍ଣ୍ଣେଲ ଓ ମାର୍କୋ ଜାନେସନଙ୍କୁ ନେଇ ଦଳର ବୋଲିଂ ଲାଇନ୍ ଅପ୍ ବେଶ୍ ଶକ୍ତିଶାଳୀ। ଅବଶ୍ୟ ବ୍ୟାଟିଂକୁ ନେଇ ଚିନ୍ତା ନାହିଁ। କାରଣ ରୁଷୋଙ୍କ ଜବରଦସ୍ତ ସେଞ୍ଚୁରୀ ବାଲାଂଦେଶ ବିପକ୍ଷରେ ଦେଖିବାକୁ ମିଳିଛି। ମୋଷ୍ଟ ଡିପେଣ୍ଡବଲ୍ ଡେଭିଡ ମିଲର ବି ମିଡିଲ ଅର୍ଡରରେ ଅଛନ୍ତି। ଏଡିନ ମାର୍କମ ମଧ୍ୟ ମ୍ୟାଚ୍ର ମୋଡ ବଦଳାଇପାରନ୍ତି। ଅଭିଜ୍ଞ କ୍ୱିଣ୍ଟନ ଡିକକ୍ କେତେ ଭୟଙ୍କର ତାହା ଭାରତୀୟ ବୋଲର୍ ବେଶ୍ ଭଲ ଭାବେ ଜାଣନ୍ତି।
ଯଦି ଆମେ ଟିମ୍ ଇଣ୍ଡିଆ କଥା କହିବା ତା’ହେଲେ ଖାସ୍ କରି ବିରାଟ ଏବଂ ସୂର୍ଯ୍ୟ କୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରତିପକ୍ଷ ପାଇଁ ମୋଷ୍ଟ ଡେଞ୍ଜରମ୍ୟାନ୍ ହେଉଛନ୍ତି ବିରାଟ। ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ମିଡିଲ ଅର୍ଡର ସମ୍ଭାଳିବା ପାଇଁ ଅଛନ୍ତି। ବୋଲିଂ ଡିପାର୍ଟମେଣ୍ଟ ମଧ୍ୟ ଠିକ୍ଠାକ୍ ରହିଛି। ତେଣୁ ଦଳ ମୋଟାମୋଟି ଚଳିତ ବିଶ୍ୱକପ୍ରେ ବର୍ତ୍ତମାନ ଯାଏ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଆଜିର ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଦୁଇ ଦଳ ଜିତିବା ପ୍ରୟାସରେ ରହିବେ। ତେଣୁ କ୍ରିକେଟ୍ ଫ୍ୟାନ୍ସ ଆଉ ଏକ ରୋମାଞ୍ଚକର ମ୍ୟାଚ୍ର ଅପେକ୍ଷାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)