Advertisment

ଟିମ୍‌ ଇଣ୍ଡିଆକୁ ଅଣଦେଖା: ମଧ୍ୟାହ୍ନ ଭୋଜନରେ ଖାଇବାକୁ ଦେଲେ ଥଣ୍ଡା ସ୍ୟାଣ୍ଡ୍‌ୱିଚ୍‌ ଓ ଫଳ

ମଙ୍ଗଳବାର ଦିନ ପ୍ରାକ୍ଟିସ୍‌ ସେସନ୍‌ ସରିବା ପରେ ଟିମ୍‌ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ICC T20 World Cup 2022

Team India Boycott Lunch Due To Cold Food

ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍‌ ପାଇଁ ଟିମ୍ ଇଣ୍ଡି‌ଆ ମନା କରିଦେଇଛି। ପ୍ରାକ୍ଟିସ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌କୁ ସିଡ୍‌ନୀର ଉପନଗର ବ୍ଲାକ୍‌ଟାଉନ୍‌ ସ୍ଥିତ ଗ୍ରାଉଣ୍ଡ୍‌ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍‌ ଠାରୁ ପ୍ରାକ୍ଟିସ୍‌ ଗ୍ରାଉଣ୍ଡ୍‌ ୪୨ କି.ମି. ଦୂର। ଏଥିପାଇଁ ଟିମ୍‌ ଇଣ୍ଡିଆ ନେଟ୍ ପ୍ରାକ୍ଟିସ୍‌ ପାଇଁ ମନା କରି ଦେଇଛି। ଏତଦ୍‌ବ୍ୟତୀତ ଖାଇବାକୁ ନେଇ ମଧ୍ୟ ଟିମ୍‌ ଆଇସିସି ନିକଟରେ ଅଭିଯୋଗ କରିଛି। ମ୍ୟାଚ୍ ପୂର୍ବରୁ ଏତେ ଦୂରକୁ ଯାଇ ଅଭ୍ୟାସ କରିବା ସମ୍ଭବ ନୁହେଁ ଦର୍ଶାଇ ଟିମ୍ ଇଣ୍ଡିଆ ପକ୍ଷରୁ ମନା କରିବା ସହ ଅଭ୍ୟାସ ପାଇଁ ଗ୍ରାଉଣ୍ଡକୁ ଯାଇ ନଥିଲେ ଖେଳାଳି। 

Advertisment

ଖାଦ୍ୟକୁ ନେଇ ଅସନ୍ତୁଷ୍ଟ ଟିମ୍‌ ଇଣ୍ଡିଆ...

ସୂଚନାଥାଉ କି, ମଙ୍ଗଳବାର ଦିନ ପ୍ରାକ୍ଟିସ୍‌ ସେସନ୍‌ ସରିବା ପରେ ଟିମ୍‌ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା। ଫଳରେ କିଛି ଖେଳାଳି ଖାଇବା ଫେରାଇ ଦେଇଥିଲେ ବୋଲି ଜଣାପଡ଼ିଛି। ପ୍ରାକ୍ଟିସ୍‌ ସେସନ୍‌ ପରେ ମେନ୍ୟୁରେ ସବୁ ଟିମ୍‌କୁ ସମାନ ଖାଦ୍ୟ ପରଷା ଯାଇଥାଏ। ହେଲେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଥଣ୍ଡା ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। BCCI ସୂତ୍ର ଅନୁସାରେ, ପ୍ରାକ୍ଟିସ୍‌ ସେସନ୍‌ ପରେ ଖେଳାଳିଙ୍କୁ ଗରମ ଖାଦ୍ୟ ଦିଆଯିବା ଅତ୍ୟନ୍ତ ଜରୁରୀ। 

ଅଧିକ ପଢ଼ନ୍ତୁ: LIVE ଇଣ୍ଟରଭିୟୁ ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ...

Advertisment

ଖାଦ୍ୟରେ କେବଳ ସ୍ୟାଣ୍ଡ୍‌ୱିଚ୍‌ ସହ ଦିଆଯାଇଥିଲା ଫଳ...

ପ୍ରାକ୍ଟିସ୍‌ ପରେ ଟିମ୍‌କୁ ମଧ୍ୟାହ୍ନ ଭୋଜନରେ କେବଳ ଫଳ ସହ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା। ଅପରାହ୍ଣ ୨ଟାରେ ପ୍ରାକ୍ଟିସ୍‌ ସେସନ୍‌ ଶେଷ ହୋଇଥିଲା। ଏହି ସମୟରେ ଖେଳାଳିମାନେ ପୁରା ଭୋଜନ କରିଥାନ୍ତି। ହେଲେ ଟିମ୍‌ ଇଣ୍ଡିଆକୁ ଖାଦ୍ୟରେ କେବଳ ଥଣ୍ଡା ସ୍ୟାଣ୍ୱ୍‌ୱିଚ୍‌ ଓ ଫଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। 

T20 World Cup ICC T20 World Cup 2022
Advertisment
Advertisment