• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୀପାବଳିରେ ବିଶ୍ୱକପ ମୁକାବିଲାରେ ଭାରରର ଆତସବାଜି ବ୍ୟାଟିଂ । ନେଦରଲାଣ୍ଡସ ବିପକ୍ଷରେ ବିଶ୍ୱକପର ଶେଷ ଲିଗ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆ ଆଜି

ନେଦରଲ୍ୟାଣ୍ଡସ ଆଗରେ ରଖିଛି ୪୧୧ ରନର ବିଜୟଲକ୍ଷ୍ୟ । ଶ୍ରେୟସ ଆୟାର ଓ କେ ଏଲ ରାହୁଲଙ୍କ ଶତକ ସହ ରୋହିତ ଶର୍ମା, ସୁବମନ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ ଇଣ୍ଡିଆ ଏହି ବିଶାଳ ଟାର୍ଗେଟ ରଖିଛି ।

ଆଜି ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ଏବଂ ସୁବମନ ଗିଲ ଶତକୀୟ ପାର୍ଟନରଶିପ ସହ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ରୋହିତ ଶର୍ମା ୬୧ ଏବଂ ସୁବମନ ଗିଲ ୫୧ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ମଧ୍ୟ ହାଫ୍ ସେଂଚୁରୀ ହାସଲ କରିଥିଲେ । ବିରାଟ ଆଉଟ
ହେବା ପରେ ଶ୍ରେୟସ ଆୟାର ଓ କେ ଏଲ ରାହୁଲ ଚତୁର୍ଥ ୱିକେଟ ଯୋଡିରେ ୨୦୮ ରନର ଭାଗିଦାରୀ ଦେଇଥିଲେ ।

ଲିଗ ମ୍ୟାଚରେ ଏପର୍ଯ୍ୟନ୍ତ ଅପରାଜେୟ ରହି ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଟିମ ଇଣ୍ଡିଆ ଆଜିର ମୁକାବିଲା ଜିତିଲେ ଦୃଢ ମନୋବଳ ସହ ସେମିଫାଇନାଲକୁ ଓହ୍ଲାଇବ ।