Advertisment

Impact on IPL Owners: IPLରେ ମ୍ୟାଚ୍‌ ହାରିବା ପରେ ମାଲିକଙ୍କର ହୋଇଥାଏ କେତେ କ୍ଷତି ?

ଆପଣ ସମସ୍ତ ଜାଣିଥିବେ IPL ଟାଇଟଲ୍‌ ଜିତିଥିବା ଦଳକୁ ବିପୁଳ ପୁରସ୍କାର ରାଶି ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି IPLରେ ହାରୁଥିବା ଦଳର ମାଲିକମାନେ କେତେ କ୍ଷତି ସହନ୍ତି ?

ଅଦ୍ୟତନ ହୋଇଛି
ମ୍ୟାଚ୍‌ ହାରିଲେ...ମାଲିକଙ୍କର ହୁଏ କେତେ କ୍ଷତି ?

ମ୍ୟାଚ୍‌ ହାରିଲେ...ମାଲିକଙ୍କର ହୁଏ କେତେ କ୍ଷତି ?

Advertisment

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ବିଶ୍ୱର ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ T20 କ୍ରିକେଟ ଲିଗ୍। ଏଥିରେ ଜଡିତ ପ୍ରତ୍ୟେକ ଦଳର ପଛରେ ଜଣେ କୋଟିପତି ମାଲିକ ଅଛନ୍ତି । ଆଇପିଏଲରେ ପ୍ରତ୍ୟେକ ମ୍ୟାଚ୍‌ର ଏକ ବଡ଼ ଗୁରୁତ୍ୱ ରହିଛି ଏବଂ ମ୍ୟାଚ୍ ହାରିବା କେବଳ ଦଳ ପାଇଁ ନୁହେଁ ବରଂ ମାଲିକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ବିପର୍ଯ୍ୟୟ । ଆଉ କିଛି ଦିନ ପରେ ଶେଷ ହେବ IPL 2025 । ଗୋଟିଏ ଦଳ ତା’ର ରଣନୀତି ଓ ପ୍ରଦର୍ଶନ ଆଧାରରେ ଟାଇଟଲ ନିଜ ଜିତିବ । ତେବେ ଆପଣ ସମସ୍ତ ଜାଣିଥିବେ IPL ଟାଇଟଲ୍‌ ଜିତିଥିବା ଦଳକୁ ବିପୁଳ ପୁରସ୍କାର ରାଶି ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି IPLରେ ହାରୁଥିବା ଦଳର ମାଲିକମାନେ କେତେ କ୍ଷତି ସହନ୍ତି ?

Advertisment

IPL ଦଳର ମାଲିକମାନେ ପ୍ରଥମେ ଫ୍ରାଞ୍ଚାଇଜ୍ କିଣିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟିମ୍ କିଣିବା ପରେ, ନିଲାମ ସମୟରେ ଏହି ଦଳ ପାଇଁ ଖେଳାଳି କିଣିବାରେ ବହୁତ ଟଙ୍କା ଖର୍ଚ୍ଚ ହୁଏ । ପ୍ରତ୍ୟେକ ଦଳର ମାଲିକ ଚାହାଁନ୍ତି ଯେ ସେମାନଙ୍କ ଖେଳାଳିମାନେ ଯଥାସମ୍ଭବ ଅଧିକ ମ୍ୟାଚ୍ ଜିତାଇବେ । କାରଣ ପ୍ରତ୍ୟେକ ମ୍ୟାଚ୍ ହାରିବା ଦ୍ୱାରା ଦଳର ମାଲିକମାନେ ବହୁତ କ୍ଷତି ସହିଥାନ୍ତି ।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ଟେନସନ, ଏସିଆ କପରୁ ଓହରିବା ନେଇ ଏମିତି କହିଲେ BCCI ସମ୍ପାଦକ

Advertisment

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅନୁଯାୟୀ, IPL ୨୦୨୩ର କମର୍ସିଆଲ ମୂଲ୍ୟ ୧୧.୨ ବିଲିୟନ ଡଲାର ଥିଲା । ଆଇପିଏଲର ଦର୍ଶକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । IPL ୨୦୨୪ରେ ୬୨୦ ମିଲିୟନରୁ ଅଧିକ ୟୁଜର୍ସ ଥିଲେ । ଯାହାଫଳରେ ଏହି ଟୁର୍ଣ୍ଣାମେଣ୍ଟର ଭ୍ୟୁଅରସିପ୍‌ ଟାଇମିଂ ୩୫୦ ବିଲିୟନ୍‌ ମିନିଟ୍ ଥିଲା । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ IPL ୨୦୨୪ର ବାଣିଜ୍ୟିକ ମୂଲ୍ୟ ୧୬.୪ ବିଲିୟନ୍‌ ଡଲାର ଥିଲା ।

ଗଣମାଧ୍ୟମ ରିପୋର୍ଟର ଏହି ସଂଖ୍ୟାଗୁଡ଼ିକୁ ଦେଖିଲେ, ଏହା କୁହାଯାଇପାରେ ଯେ IPL କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ଏକ ବିଶାଳ ବ୍ୟବସାୟ ମଡେଲ। ଟିକେଟ୍ ବିକ୍ର, ପ୍ରାୟୋଜକତା ଏବଂ ମିଡିଆ ରାଇଟ୍ସରେ ଆଇପିଏଲ ଦଳର ମାଲିକମାନଙ୍କର ଏକ ପ୍ରମୁଖ ଅଂଶ ରହିଛି । ଆଇପିଏଲ ମିଡିଆ ରାଇଟ୍ସର ୪୦ରୁ ୫୦ ପ୍ରତିଶତ ଫ୍ରାଞ୍ଚାଇଜ୍‌କୁ ମିଳିଥାଏ । ସେହିପରି ଟିକେଟ୍ ବିକ୍ରୟର ୮୦ ପ୍ରତିଶତ ମଧ୍ୟ ଦଳ ମାଲିକମାନଙ୍କୁ ଦିଆଯାଏ ।

Advertisment

ପ୍ରତ୍ୟେକ ମ୍ୟାଚ୍‌ରେ ବିଜୟ ଏବଂ ପରାଜୟ ଦଳର ବ୍ରାଣ୍ଡ ଏବଂ ଏହାର ପ୍ରାୟୋଜକଙ୍କୁ ପ୍ରଭାବିତ କରେ । ଯଦି କୌଣସି ଦଳ କ୍ରମାଗତ ଭାବରେ ହାରୁଛି, ତେବେ ଏହାର ବ୍ରାଣ୍ଡ ଭ୍ୟାଲ୍ୟୁ ପ୍ରଭାବିତ ହୁଏ। ଏହା ସିଧାସଳଖ ପ୍ରାୟୋଜକ ଏବଂ ବ୍ରାଣ୍ଡ ଆମ୍ବାସାଡରଙ୍କ ସହିତ ଚୁକ୍ତିକୁ ପ୍ରଭାବିତ କରେ। ବ୍ରାଣ୍ଡଗୁଡ଼ିକ ସାଧାରଣତଃ ଭଲ ପ୍ରଦର୍ଶନ କରୁଥିବା ଦଳ ସହିତ ଜଡିତ ହେବାକୁ ଉତ୍ସାହିତ ଥାଆନ୍ତି । ସେହିପରି ଯଦି କୌଣସି ଦଳ ମ୍ୟାଚ୍ ହାରେ ତେବେ ସେହି ଦଳର ମ୍ୟାଚ୍ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଏ । ଏହା ସହିତ, ଷ୍ଟାଡିୟମ ଟିକେଟ୍ ମଧ୍ୟ କମ୍ ବିକ୍ରି ହୁଏ, ଯାହା ଯୋଗୁଁ IPL ଦଳର ମାଲିକମାନେ ମଧ୍ୟ ବହୁତ କ୍ଷତି ସହିଥାନ୍ତି ।

ଅଧିକ ପଢ଼ନ୍ତୁ: ଆଇପିଏଲର ପ୍ରଥମ ଥର ଏମିତି ରେକର୍ଡ କଲେ ଶ୍ରେୟସ ଆୟର

India BCCI IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ