Advertisment

ହକି ବିଶ୍ୱକପ୍‌: ଦୁଲୁକିବ ବାରବାଟୀ, ଷ୍ଟାର୍‌ ଆଟ୍ରାକସନ୍ ରଣବୀର ଓ ଦିଶା

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
Hockey World Cup 2023 Opening Ceremony In Cuttack Barabati Stadium

Today Opening Ceremony To Be Held In Cuttack Barabati Stadium

Advertisment

ଆଜି କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ମହୋତ୍ସବ ସମାରୋହ ଆୟୋଜିତ ହେବ। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ପ୍ରାୟ ୩ ସପ୍ତାହ ଧରି ଭୁବନେଶ୍ୱରରାଉରକେଲା ରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।  ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ। ଏହି  ମହୋତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି।  ଏହି ସମାରୋହର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ  ଫ୍ୟାନ୍ ପାର୍କ କରାଯାଇଛି। ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି।  ଆଜି ହକି ବିଶ୍ୱକପ୍‌ ମହୋତ୍ସବ ଥିବାବେଳେ ଆସନ୍ତା ୧୩ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ:୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

କଡ଼ା ସୁରକ୍ଷା ବ୍ୟବସ୍ଥା...

ଏହି ମହୋତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକରେ ୨୦୦ ଅଫିସର୍‌ଙ୍କ ସମେତ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ। ରିଙ୍ଗ୍‌ ରୋଡ୍‌ରୁ ବାରବାଟୀ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଖାଦ୍ୟ ପଦାର୍ଥ, ପାଣି ବୋତଲ ସହ ଫୋଫାଡିଲା ଭଳି ଜିନିଷ ଛଡାଯିବନି। ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣି ଷ୍ଟଲ୍ କରାଯାଇଛି। 

Advertisment

କେଉଁଠି କରିବେ ପାର୍କିଂ...

ଓପନିଂ ସେରିମୋନିରେ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦୃଷ୍ଟିର ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି।  ହକି ବିଶ୍ୱକପ୍ ଓପନିଂ ସେରିମୋନି ନେଇ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି।  ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା ହୋଇଛି। 

ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ୍‌ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି କଳାକାରଙ୍କ ପାଇଁ କ୍ଲବ ହାଉସ, ଉପର ବାଲିଯାତ୍ରା ଏବଂ ବାସ୍କେଟବଲ୍‌ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଓପନିଂ ସେରିମୋନି ପାଇଁ ଯେଉଁମାନଙ୍କ ପାଖରେ ଭାଲିଡ୍‌ ପାସ୍‌/ଟିକେଟ୍‌ ଅଛି ସେମାନେ ମାଗଣାରେ ଆଜି ମୋ ବସ୍‌ରେ ଯାତ୍ରା କରିପାରିବେ। 

Advertisment


ଷ୍ଟାର୍‌ ଆଟ୍ରାକସନ୍ ରଣବୀର ଓ ଦିଶା...

ହକି ବିଶ୍ୱକପ୍‌ ଓପନିଂ ସେରିମୋନିର ଷ୍ଟାର୍‌ ଆଟ୍ରାକସନ୍ ହେଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନି। ଗତକାଲି ଉଭୟ ସେଲିବ୍ରେଟି ଭୁବନେଶ୍ୱର ରେ ପହଞ୍ଚି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଥିଲେ। ନବୀନ ନିବାସ ଯାଇ ରଣବୀର ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ। ସେହିପରି ଅଭିନେତ୍ରୀ ଦିଶା ପଟ୍ଟାନି ଏବଂ ବଲିଉଡ୍‌ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପୂର୍ବରୁ ବାରବାଟୀ ଷ୍ଟାଡିୟମ୍ ଯାଇ ରଣବୀର ଓ ଅନ୍ୟ କଳାକାର ଅଭ୍ୟାସ କରିଥିଲେ। 

Hockey World Cup 2023 Hockey India Hockey World Cup Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ