/odishatv-khabar/media/post_attachments/uploadimage/library/16_9/16_9_0/FIH_Hockey_1667617510.jpg)
FIH Hockey
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ । FIH ପ୍ରୋ ଲିଗ ହକି ମ୍ୟାଚ୍ରେ ନ୍ୟୁଜଲାଣ୍ଡକୁ ୭-୪ ଗୋଲରେ ହରାଇ ଭାରତ ବିଜୟୀ ହୋଇଛି । କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା । ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ୩-୧ରେ ଆଗୁଆ ରହିଥିଲା । ମାତ୍ର ଭାରତ ହାଫ୍ ଟାଇମ୍ ପରେ କମ୍ବ୍ୟାକ କରିଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ପ୍ରୋ ଲିଗରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି । ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍ରେ ସ୍ପେନ୍ ନିକଟରୁ ୩-୪ରେ ହାରିଯାଇଥିଲା । ଆସନ୍ତା ୬ରେ ପୁଣି ଭାରତ-ସ୍ପେନ୍ ମଧ୍ୟରେ ହେବ ଟକ୍କର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)