Advertisment

‘ଫର୍ମ ଇଜ୍‌ ଟେମ୍ପରାରୀ, କ୍ଲାସ୍‌ ଇଜ୍‌ ପର୍ମାନେଣ୍ଟ’.. ଫାଇନାଲ୍‌ରେ ହେବ ବିରାଟ ଶୋ’

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଉଟ୍‌ ଅଫ୍‌ ଫର୍ମ ଅଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍‌ଟେନ୍‌ ରୋହିତ ଶର୍ମା।

author-image
Manoranjan Behera
Rohit talk about Kohli

Rohit talk about Kohli

ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ତକୁ ୬୮ ରନ୍‌ରେ ମାତ ଦେଇ ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ। ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅପରାଜିତ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ବିଗତ ୧୦ ବର୍ଷ ପରେ ଟି-ଟ୍ୱେଣ୍ଟି ଫାଇନାଲ ଖେଳିବ ଭାରତ। ଫାଇନାଲ୍‌କୁ ନେଇ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ। ତେବେ ଫାଇନାଲ୍‌ରେ ବଡ଼ ଧମାକା କରିବେ ଟିମ୍‌ର ସିନିୟର ଖେଳାଳି ବିରାଟ କୋହଲି। ଏନେଇ ଗ୍ରୀନ ସିଗନାଲ ଦେଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା।

Advertisment

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଉଟ୍‌ ଅଫ୍‌ ଫର୍ମ ଅଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍‌ଟେନ୍‌ ରୋହିତ ଶର୍ମା। ଗତକାଲିର ମ୍ୟାଚ୍‌ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବେଳେ ରୋହିତଙ୍କୁ ବିରାଟ କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ରୋହିତ ବିରାଟଙ୍କ ସପକ୍ଷରେ ଉତ୍ତର ଦେଇଥିଲେ।

ରୋହିତ କହିଥିଲେ, ବିରାଟ ଜଣେ ବଡ଼ ଖେଳାଳି। ସମସ୍ତ ଖେଳାଳିଙ୍କ କ୍ୟାରିୟର୍‌ରେ ଫର୍ମ ଏପଟ ସେପଟ ହୋଇଥାଏ। ତାହା ବଡ଼ କଥା ନୁହେଁ। ଆମକୁ ତାଙ୍କ କ୍ଲାସ୍‌ କଥା ଚିନ୍ତା କରିବାକୁ ପଡ଼ିବ। ବଡ଼ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ କଥା ମନେ ପକାଇବାକୁ ପଡ଼ିବ। ସେ ଆଜିକୁ ୧୫ ବର୍ଷ ହେବ କ୍ରିକେଟ ଖେଳୁଛନ୍ତି। ବର୍ତ୍ତମାନ ତାଙ୍କ ଫର୍ମ ଠିକ୍‌ ଅଛି। ସେ ଫାଇନାଲ୍‌ରେ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଇବେ।

Advertisment

ଦୀର୍ଘ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଇଂଲଣ୍ଡଠାରୁ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମିଫାଇନାଲ୍ ପରାଜୟର ବଦଲା ନେଇଛି ରୋହିତ ବାହିନୀ।

ସେମି ଟକ୍କରରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ ଦେଖାଇଛି ମେନ୍ ଇନ୍ ବ୍ଲୁ। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। ୧୬.୧ ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।

Virat Kohli Team India Rohit Sharma T20 World Cup
Advertisment
Advertisment