Advertisment

ହାର୍ଦ୍ଦିକ ପିନ୍ଧୁଛନ୍ତି ୫ କୋଟିର ଘଣ୍ଟା !

ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୨ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣା ପଡିଥିଲା ଯେ ଏହି ଘଣ୍ଟାଟିର ମୂଲ୍ୟ ୫ କୋଟି ଟଙ୍କା । ତେବେ ଏନେଇ ହାର୍ଦ୍ଦିକ ନିଜର ମନ୍ତବ୍ୟ ରଖିଛନ୍ତି ।

author-image
Otv Khabar Bureau
Hardhik watch 5 crore

Hardhik watch 5 crore

ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଜବତ ହୋଇଥିବା ଦାମୀ ଘଣ୍ଟା ଉପରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି । ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହା ପଛରେ ଥିବା ସମ୍ପୂର୍ଣ୍ଣ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ସୂଚନା ଅନୁଯାୟୀ ଟିମ୍ ଇଣ୍ତିଆର ଟି-୨୦ ଅଭିଯାନ ଶେଷ ହେବା ପରେ ଦୁବାଇରୁ ମୁମ୍ବାଇ ଫେରିଥିଲା ଟିମ୍ ଇଣ୍ତିଆ । ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୨ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣା ପଡିଥିଲା ଯେ ଏହି ଘଣ୍ଟାଟିର ମୂଲ୍ୟ ୫ କୋଟି ଟଙ୍କା । ତେବେ ଏନେଇ ହାର୍ଦ୍ଦିକ ନିଜର ମନ୍ତବ୍ୟ ରଖିଛନ୍ତି ।

Advertisment

ଏହି ମାମଲାରେ ହାର୍ଦ୍ଦିକ ମଙ୍ଗଳବାର ଟ୍ୱିଟ ମାଧ୍ୟମରେ ନିଜର ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ସେ କହିଛନ୍ତି ଯେ ୧୫ ନଭେମ୍ବର ସକାଳେ ସେ ଦୁବାଇ ରୁ ମୁମ୍ବାଇ ପହଞ୍ଚିବା ପରେ ଏୟାରପୋର୍ଟରେ ଦୁବାଇରୁ ଆଣିଥିବା ସମସ୍ତ ଜିନିଷର କଷ୍ଟମ ଡ୍ୟୁଟି କରାଇବା ପାଇଁ ବିମାନବନ୍ଦରର କଷ୍ଟମ କାଉଣ୍ଟରକୁ ଯାଇଥିଲେ ଏବଂ କଷ୍ଟମ ଅଧିକାରୀଙ୍କୁ ବ୍ୟାଗରେ ଥିବା ସମସ୍ତ ଜିନିଷର ସୂଚନା ମଧ୍ୟ ଦେଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଏହି ମାମଲାକୁ ନେଇ ଏବେ ମିଥ୍ୟା ପ୍ରଚାର କରାଯାଉଥିବାର ସେ ଅଭିଯୋଗ ଆଣିଛନ୍ତି ।

ହାର୍ଦ୍ଦିକଙ୍କ କହିବା ଅନୁଯାୟୀ କଷ୍ଟମ ବିଭାଗ ତାଙ୍କୁ ଘଣ୍ଟା ସମ୍ବନ୍ଧୀତ ସମସ୍ତ ଡକ୍ୟୁମେଣ୍ଟ ମାଗିଥିଲେ । ବର୍ତ୍ତମାନ ସେମାନେ ସଠିକ୍ କର୍ତ୍ତବ୍ୟର ମୂଲ୍ୟାଙ୍କନ କରିବାରେ ନିୟୋଜିତ ଅଛନ୍ତି । ମୁଁ ଏହି ମାମଲାର ସମସ୍ତ ଅଭିଯୋଗ ସାମ୍ନା କରିବା ପାଇଁ ପ୍ରସ୍ତୁତ । ସେ କହିଛନ୍ତି ଯେ ସୋସିଆଲ ମିଡିଆରେ କୁହାଯାଉଥିବା ଘଣ୍ଟାର ମୂଲ୍ୟ ୫ କୋଟି, ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ । ଏହି ଘଣ୍ଟାର ମୂଲ୍ୟ ୧.୫ କୋଟି ଟଙ୍କା । ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ମୁଁ ଦେଶର ଜଣେ ଆଇନ ମାନୁଥିବା ନାଗରିକ ଏବଂ ସରକାରଙ୍କ ସମସ୍ତ ଏଜେନ୍ସିକୁ ସମ୍ମାନ ଦେଉଛି। ମୁଁ ମୁମ୍ବାଇ କଷ୍ଟମ୍ ବିଭାଗର ସମ୍ପୂର୍ଣ୍ଣ ସହଯୋଗ ପାଇଛି । କଷ୍ଟମ ବିଭାଗ ଦ୍ୱାରା କୁହାଯାଇଥିବା ସମସ୍ତ ବିଲ୍ ଓ ଡକ୍ୟୁମେଣ୍ଟକୁ ସେ କଷ୍ଟମ ଅଧିକାରୀଙ୍କୁ ଦେଇ ସାରିଛନ୍ତି । ହାର୍ଦ୍ଦିକଙ୍କ ପାଖରେ ପାଟେକ୍ ଫିଲିପ୍ ପ୍ଲାଟିନମ୍ ୫୭୧୧ ସହ ବିରଳ ଓ ଦାମୀ ବ୍ରାଣ୍ତର ଘଣ୍ଟାର ସଂଗ୍ରହ ରହିଛି ।

Advertisment
Hardik Pandya Viral News 5 Crore Watch
Advertisment
Advertisment