• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହରଭଜନଙ୍କ ଟାର୍ଗେଟରେ ବିସିସିଆଇ ଓ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟରୁ ଅବସର ଗ୍ରହଣ କରିବାର କିଛି ଦିନ ପରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ (Harbhajan Singh) ମୁହଁ ଖୋଲିଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ କ୍ୟାରିୟର୍ ଶେଷ ପାଇଁ ଦାୟୀ କରିଛନ୍ତି । ଜାତୀୟ ଦଳରୁ ତାଙ୍କୁ ବାହାର କରିବା ପାଇଁ ସେମାନେ ଚାହୁଁଥିବା କହିଛନ୍ତି । ହରଭଜନ ଦୀର୍ଘ ସମୟ ଧରି ଭାରତର ଅଗ୍ରଣୀ ସ୍ପିନର ଥିଲେ ଏବଂ ଶେଷରେ ତାଙ୍କର ଚମତ୍କାର କ୍ୟାରିୟର ପରେ ଅବସର ନେଇଛନ୍ତି ।

ଡିସେମ୍ବରରେ ଅବସର ନେଇଥିଲେ ହରଭଜନ ସିଂ

୪୧ ବର୍ଷୀୟ ପୂର୍ବତନ ଖେଳାଳି ହରଭଜନ ସିଂ ଗତ ଡିସେମ୍ବରରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ଏହି ମହାନ ସ୍ପିନର ଜଣକ ଏବେ ବିସିସିଆଇର କିଛି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । "ତାଙ୍କ ପାଇଁ ଭାଗ୍ୟ ସର୍ବଦା ତାଙ୍କର ସାଥ୍ ଦେଇଥିବା କହିଛନ୍ତି ହରଭଜନ । କେବଳ କିଛି ବାହ୍ୟ କାରକ ସପକ୍ଷରେ ନଥିଲା ଏବଂ ବୋଧହୁଏ ସେମାନେ ବିରୋଧରେ ଥିଲେ ବୋଲି ସେ କହିଛନ୍ତି ।

୩୧ ବର୍ଷରେ ୪୦୦ ୱିକେଟ୍

ମାତ୍ର ୩୧ ବର୍ଷ ବୟସରେ ୪୦୦ ୱିକେଟ୍ ନେଇଥିବା କଥା ସେ କହିଛନ୍ତି । ୪ରୁ ୫ ବର୍ଷ ଆଉ ଅଧିକ ଖେଳିଥିଲେ ହୁଏତ ୧୦୦ରୁ ୧୫୦ ଅଧିକ ୱିକେଟ୍ ନେଇପାରିଥାଆନ୍ତେ । ଏମଏସ ଧୋନି ସେତେବେଳେ ଅଧିନାୟକ ଥିଲେ । ହେଲେ ତାଙ୍କୁ ଏକଥା ସହ୍ୟ ହେଲାନି । ତାଙ୍କର ଏହି ଷଡ଼ଯନ୍ତ୍ରରେ ବିସିସିଆଇର କିଛି ଅଧିକାରୀ ସମ୍ପୃକ୍ତ ଥିଲେ । କ୍ୟାପଟେନଙ୍କ ସମର୍ଥନ ମିଳୁ ବୋଲି ସେମାନେ ଚାହୁଁ ନଥିଲେ।" କିନ୍ତୁ ଜଣେ ଅଧିନାୟକ କେବେ ବିସିସିଆଇ ଠାରୁ ଉର୍ଦ୍ଧ୍ୱରେ ରହିପାରିବେ ନାହିଁ ।

ଅନ୍ୟ ଖେଳାଳିଙ୍କ ଅପେକ୍ଷା ଧୋନୀଙ୍କୁ ବିସିସିଆଇରୁ ଅଧିକ ସମର୍ଥନ ମିଳୁଥିଲା ​​। ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ସମାନ ସମର୍ଥନ ମିଳିଥିଲେ, ସେମାନେ ମଧ୍ୟ ଖେଳିଥାନ୍ତେ । ବାକି ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କକରୁଥିଲେ । ପ୍ରତ୍ୟେକ ଖେଳାଳି ଇଣ୍ଡିଆ ଜର୍ସି ପିନ୍ଧି ଅବସର ନେବାକୁ ଚାହାଁନ୍ତି କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏପରି ନଥାଏ । ବେଳେବେଳେ ଆପଣ ଯାହା ଚାହାଁନ୍ତି ତାହା ହୁଏନି ବୋଲି କହି ସେ ଦୁଃଖ ପ୍ରକାଶ କରିଛନ୍ତି ।