GTର ସହଜ ବିଜୟ
ବେଙ୍ଗାଲୁରୁରେ ଆରସିବିକୁ ୮ ୱିକେଟରେ ହରାଇଲା ଗୁଜରାଟ ଟାଇଟନ୍ସ । ମହମ୍ମଦ ସିରାଜଙ୍କ ଶାଣିତ ବୋଲିଂ ପରେ ବ୍ୟାଟିଂରେ ବଟଲରଙ୍କ ବିସ୍ଫୋରଣ ଫଳରେ ବେଙ୍ଗାଲୁରୁ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଗୁଜରାଟ । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ନିଜ ଘରୋଇ ମଇଦାନରେ ପ୍ରଥମ ମ୍ୟାଚ୍ ଖେଳିଥିଲା । ଆଉ ହୋମ୍ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ରେ ହିଁ ପରାଜୟ ସ୍ୱାଦ ଚାଖିଥିଲା ।
ଅଧିକ ପଢ଼ନ୍ତୁ: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍ ରିପୋର୍ଟ ? ଜାଣନ୍ତୁ...
ସୂଚନା ଅନୁସାରୁ ଆଇପିଏଲ ୨୦୨୫ର ୧୪ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଆରସିବି ଓ ଗୁଜରାଟୁ ଟାଇଟନ୍ସ । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ । ଆରମ୍ଭରୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆରିସିବିକୁ ବ୍ୟାକ୍ଫୁଟ୍ ଠେଲି ଦେଇଥିଲା । କିନ୍ତୁ ଲିଆମ୍ ଲିଭିଂଷ୍ଟୋନ୍ଙ୍କ ୫୪ ରନ୍ ଓ ଟିମ୍ ଡେଭିଡଙ୍କ ଆକ୍ରମଣାତ୍ମକ ୩୨ ରନ୍ ଫଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ କରିଥିଲା । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇଥିବା ବେଳେ ସାଇ କିଶୋର ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।
୧୭୦ ରନ୍ର ଟାର୍ଗେଟ ନେଇ ପନିଆକୁ ଓହ୍ଲାଇଥିବା ଗୁଜରାଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ପଞ୍ଚମ ଓଭରରେ ଭୁବନେଶ୍ୱର କୁମାର ଗୁଜରାଟ ଅଧିନାୟକ ଶୁବମନ ଗିଲ୍ଙ୍କୁ ଆଉଟ୍ କରି ପ୍ୟାଭିଲିଅନ ପଠାଇଥିଲେ । ଏହାପରେ ସାଇ ସୁଦର୍ଶନ ଓ ଜୋଶ୍ ବଟଲର ଦମଦାର ବ୍ୟାଟିଂ ଫଳରେ ଗୁଜରାଟ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ନିଜ ନାମରେ କରିଛି । ଗୁଜରାଟ ପକ୍ଷରୁ ଜୋଶ୍ ବଟଲର ଅପରାଜିତ ୭୩ ରନ୍ କରିଥିବା ବେଳେ ସାଇ ସୁଦର୍ଶନ ୪୯ ରନ୍ କରିଥିଲେ ।
ତେବେ ଏହି ମ୍ୟାଚ୍ରେ ପରାଜୟ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଖସିଥିବା ବେଳେ ଗୁଜରାଟ ଚତୁର୍ଥ ସ୍ଥାନରେ ପହଞ୍ଚିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743622701.jpg)