• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ । ଫ୍ୟାନ୍ସ ମାନଙ୍କୁ ମିଳିଲା ଆଶ୍ୱସନା । ଆଇପିଏଲ୍‌ର ଡିଫେଣ୍ହିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ବିଜୟ ହୋଇଛି । ଏହି ବିଜୟ ସହ ଦଳ ୪ ପଏଣ୍ଟରେ ପହଞ୍ଚିଛି । ତଥାପି ଦଳ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି । 

ଶୁକ୍ରବାର ଆଇପିଏଲ୍‌ ୨୦୨୨ର ୫୧ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ମୁମ୍ବାଇ ପ୍ଲେଅଫ୍‌ରୁ ବାଦ ପଡ଼ିଥିବା ବେଳେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ଗୁଜୁରାଟ ଟାଇଟନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।

ତେବେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୭ ରନ୍‌ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ ଇଶାନ କିଶାନ ସର୍ବାଧିକ ୪୫ ରନ୍‌ କରିଥିବା ବେଳେ ରୋହିତ ଶର୍ମା ୪୩ ରନ୍‌, ଟିମ୍‌ ଡେଭିଡ୍‌ ୪୪ ରନ୍‌ ଓ ତିଲକ୍‌ ଭର୍ମା ୨୧ ରନ୍‌ ସଂଗ୍ରହ କରି ଦଳକୁ ଏକ ଭଲ ସ୍ଥିତିରେ ରଖିଥିଲେ ।

ଟିମ୍‌ ଡେଭିଡ୍‌ ୨୧ ବଲ୍‌ରେ ୪୪ ରନ୍‌ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ୪ ଟି ଛକା ରହିଥିଲା । ଗୁଜୁରାଟ ପକ୍ଷରୁ ରାସିଦ ଖାନ ୨ଟି ୱିକେଟ୍‌ ନେଇଥିବା ବେଳେ ଲକି ଫର୍ଗୁସନ, ସାଙ୍ଗୱାନ୍‌ ଓ ଜୋସେଫ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଗୁଜୁରାଟ ଚଳିତ ସିଜିନ୍‌ରେ ଭଲ ପ୍ରଦର୍ଶନ କରି ପେଣ୍ଟ ଟେବୁଲ୍‌ରେ ଶାର୍ଷରେ ରହିଛି ।