Advertisment

Gautam Gambhir Angry: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଯୁକ୍ତିତର୍କ ଲାଗିବା ସମୟର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଗମ୍ଭୀର କ୍ୟୁରେଟରଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏହାରି ଭିତରେ ଭାରତର ବ୍ୟାଟିଂ କୋଚ ସୀତାଂଶୁ କୋଟକଙ୍କୁ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Gautam Gambhir

Gautam Gambhir

Advertisment

ଟିମ୍ ଇଣ୍ଡିଆ ଶେଷ ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଓଭାଲରେ ଅଭ୍ୟାସ କରିବାକୁ ପହଞ୍ଚିଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କୋଚ ଗୌତମ ଗମ୍ଭୀର ମଇଦାନ କର୍ମଚାରୀଙ୍କ ଉପରେ ରାଗୁଥିବାର ଦେଖିବାକୁ ମିଳିଛି ।

Advertisment

ଭାରତର ମୁଖ୍ୟ କୋଚ ଗୌତମ ଗମ୍ଭୀର ମଙ୍ଗଳବାର ଦିନ ଓଭାଲର ମୁଖ୍ୟ କ୍ୟୁରେଟର ଲି ଫୋର୍ଟିସଙ୍କ ସହ ଯୁକ୍ତିତର୍କ କରିଥିଲେ । ଗମ୍ଭୀର କହିଥିଲେ ଆପଣ କହିପାରିବେନି କି ଆମକୁ କଣ କରିବାର ଅଛି । ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଏବଂ ଶେଷ ଟେଷ୍ଟ ମ୍ୟାଚ ଖେଳାହେବ । ମାଞ୍ଚେଷ୍ଟରରେ ଚତୁର୍ଥ ମ୍ୟାଚ ଡ୍ର ରହିଥିଲା ।

Advertisment

ଯୁକ୍ତିତର୍କ ଲାଗିବା ସମୟର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଗମ୍ଭୀର କ୍ୟୁରେଟରଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏହାରି ଭିତରେ ଭାରତର ବ୍ୟାଟିଂ କୋଚ ସୀତାଂଶୁ କୋଟକଙ୍କୁ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିବାକୁ ପଡ଼ିଥିଲା।

ଯଦିଓ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କର କାରଣ ସ୍ପଷ୍ଟ ହୋଇପାରିନାହିଁ, କିନ୍ତୁ ଗମ୍ଭୀର ଏବଂ ଫୋର୍ଟିସ ଅଭ୍ୟାସ ପାଇଁ ପିଚ୍‌ର ଅବସ୍ଥାକୁ ନେଇ ଯୁକ୍ତିତର୍କ କରିଥିଲେ । ପରେ ବ୍ୟାଟିଂ କୋଚ କୋଟକ ହସ୍ତକ୍ଷେପ କରି ଫୋର୍ଟିସଙ୍କୁ ପିଚର ଏକ କୋଣକୁ ନେଇ ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହା ପରେ ଫୋର୍ଟିସ ଏବଂ ଗମ୍ଭୀର ଅଲଗା ଅଲଗା ରାସ୍ତାରେ ଚାଲିଯାଇଥିଲେ ।

Advertisment

ଏହି ସମୟରେ ମାଞ୍ଚେଷ୍ଟର ଟେଷ୍ଟରେ ଅର୍ଦ୍ଧଶତକ ଏବଂ ଶୂନ କରିଥିବା ସାଇ ସୁଦର୍ଶନ ଅଭ୍ୟାସ ପାଇଁ ମଇଦାନରେ ପ୍ରଥମେ ପହଞ୍ଚିଥିଲେ, ଯେଉଁଠାରେ କୁଲଦୀପ ଯାଦବ ମଧ୍ୟ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଥିଲା ।

ଶେଷ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି । ଗମ୍ଭୀର ଦଳର ପ୍ରଦର୍ଶନ ନେଇ କହିଥିଲେ ଆମେ ଶାନଦାର ଖେଳ ଦେଖାଇଛୁ । ଗତ ପାଞ୍ଚ ସପ୍ତାହ ଉଭୟ ଦେଶ ପାଇଁ ପ୍ରକୃତରେ ରୋମାଞ୍ଚକର ରହିଛି। ଯେଉଁ ପ୍ରକାରର ଖେଳ ଦେଖିବାକୁ ମିଳିଛି, ମୁଁ ନିଶ୍ଚିତ ଯେ ଏହା ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କୁ ଗର୍ବିତ କରିଥିବ।

ଅଧିକ ପଢ଼ନ୍ତୁ: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

Test Match India Team Gautam Gambhir England Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ