Advertisment

FIFA World Cup 2022: କ୍ରୋଏସିଆକୁ ପରାସ୍ତ କରି ଫାଇନାଲ୍‌ ରାସ୍ତା ପକ୍କା କଲା ଆର୍ଜେଣ୍ଟିନା

ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା  ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍‌ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍‌ ସ୍କୋର କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA World Cup 2022

FIFA World Cup 2022

ଫିଫା ବିଶ୍ୱକପ୍(FIFA World Cup 2022) ଫାଇନାଲରେ ଆର୍ଜେଣ୍ଟିନା। ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା।  କ୍ୟାପଟେନ ମେସି ଗୋଟିଏ ଗୋଲ୍ ସ୍କୋର କରିଥିବା ବେଳେ ଆଉ ଦୁଇଟି ଗୋଲ୍ ଦେଇଥିଲେ ଜୁଲିଆନ୍ ଲାଭରେଜ୍। 

Advertisment

ପୁରା ମ୍ୟାଚ୍‌ରେ ଆର୍ଜେଣ୍ଟିନାର ପ୍ରାଧାନ୍ୟ ରହିଥିଲା। ଆଉ ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍‌ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଏହାଥିଲା ଟୁର୍ଣ୍ଣାମେଣ୍ଟରେ ମେସିଙ୍କ ପଞ୍ଚମ ଓ ବିଶ୍ୱକପ୍‌ର ଏକାଦଶ ଗୋଲ୍। ଏହା ପରଠୁ ଆଉ ପଛକୁ ଫେରି ଚାହିଁନଥିଲା ଆର୍ଜେଣ୍ଟିନା।  ୩୯ ମିନିଟ୍‌ରେ ଦ୍ୱିତୀୟ ଗୋଲ୍ ଓ ୬୯ ତମ ମିନିଟ୍‌ରେ ତୃତୀୟ ଗୋଲ୍ ଦେଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ ଲାଭରେଜ୍। 

ଅଧିକ ପଢ଼ନ୍ତୁ: ଭାରତ ପାଇଁ ସମ୍ଭାବନା ଆଣିଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍

Advertisment

ଏହା ହେଉଛି ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଷଷ୍ଠ ଫାଇନାଲ। ଆଠ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି। ୨୦୧୪ ଫାଇନାଲରେ ଜର୍ମାନୀଠାରୁ ହାରି ଯାଇଥିଲା ଆର୍ଜେଣ୍ଟିନା।  ୩୫ ବର୍ଷ ବୟସ୍କ ମେସିଙ୍କର ଏହା ହେଉଛି ସମ୍ଭବତଃ ଶେଷ ବିଶ୍ୱକପ୍।  ତେଣୁ ସେ ନିଶ୍ଚିତ ଭାବେ ସବୁ ଚେଷ୍ଟା କରିବେ, ଦଳକୁ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ କରିବାକୁ।

ଏହା ପୂର୍ବରୁ ୧୯୭୮ ଓ ୧୯୮୬ରେ ବିଶ୍ୱ ଚାମ୍ପିୟନ ହୋଇଥିଲା ଆର୍ଜେଣ୍ଟିନା। ସେମିଫାଇନାଲରେ ପରାସ୍ତ ହେବା ସହ ୨୦୧୮ର ରନର୍ ଅପ୍ କ୍ରୋଏସିଆ ଲଗାତର ଫାଇନାଲ ଖେଳିବାର ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ଅଧୁରା ରହିଯାଇଛି।

ସୂଚନାଥାଉ କି, ଦ୍ୱିତୀୟ ସେମିଫାଇନାଲ ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଖେଳାଯିବ। ପ୍ରଥମ ଆରବ ଦେଶ ଭାବେ ମରକ୍କୋ ଫିଫା ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି।  ସେପଟେ ୧୯୯୮ ପରେ ପୁଣି ଥରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ।  

FIFA World Cup 2022
Advertisment
Advertisment