Advertisment

ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ବିଜୟ ପରେ...ଫ୍ୟାନ୍ସ ଗାଇଲେ ‘ବନ୍ଦେ ମାତରମ୍‌’, କମ୍ପିଲା ଷ୍ଟାଡିୟମ

ପୁଣି ଦେଶ ପାଇଁ ଗର୍ବ ଓ ଗୌରବ। ମାସକ ମଧ୍ୟରେ ଭାରତ ୨ଟି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜୟୀ ହୋଇପାରିଛି। ଭାରତର ବିଜୟ ପରେ ପରେ ‘ମା ତୁଝେ ସଲାମ୍’ ଓ ‘ବନ୍ଦେ ମାତରମ୍‌’ ସଙ୍ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fans Sing Vande Mataram After Indian Football Team Wins

Fans Sing Vande Mataram After Indian Football Team Wins

ପୁଣି ଦେଶ ପାଇଁ ଗର୍ବ ଓ ଗୌରବ। ମାସକ ମଧ୍ୟରେ ଭାରତ ୨ଟି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜୟୀ ହୋଇପାରିଛି। ମଙ୍ଗଳବାର ଦିନ ବେଙ୍ଗାଲୁରୁର ଶ୍ରୀକାନ୍ତିରଭା ଷ୍ଟାଡିୟମରେ ଖେଳା ଯାଇଥିବା ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩( SAFF Championship 2023)ରେ ଭାରତର ଦମ୍‌ଦାର୍‌ ବିଜୟ ହୋଇଛି। ଏହି ଫୁଟ୍‌ବଲ୍‌ ପ୍ରତିଯୋଗିତାରେ କୁଏତ୍‌କୁ ପରାସ୍ତ କରି ଭାରତ ଟ୍ରଫି ହାତେଇଛି। 

Advertisment

ଭାରତର ବିଜୟ ପରେ ପରେ ‘ମା ତୁଝେ ସଲାମ୍’ ଓ ‘ବନ୍ଦେ ମାତରମ୍‌’ ସଙ୍ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା। ଫ୍ୟାନ୍ସମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ବିଜୟକୁ ସେଲିବ୍ରେସନ କରିଥିଲେ।

Advertisment


— FanCode (@FanCode) July 4, 2023

ସୂଚନାଥାଉ କି, ମଙ୍ଗଳବାର ଖେଳା ଯାଇଥିବା ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଅତିରିକ୍ତ ସମୟ ଖେଳା ଯାଇଥିଲା। ତେବେ ଅତିରିକ୍ତ ସମୟ ଗୋଲ୍‌ଶୂନ୍ୟ ରହିବା ଯୋଗୁ ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଥିଲା। ନାଲ୍‌ଟି ସୁଟ୍‌ଆଉଟ୍‌ର ୫ଟି ଲେଖାଏ ପ୍ରୟାସ ପରେ ସ୍କୋର ୪-୪ ରହିଥିଲା।  ସଡନ୍‌ଡେଥ୍‌ରେ ଭାରତ ୫-୪ରେ ବିଜୟୀ ହୋଇ ଟ୍ରଫି ହାତେଇବାରେ ସକ୍ଷମ ହୋଇଥିଲା। 

Indian Football Team
Advertisment
Advertisment