Advertisment

BCCIର ବଡ଼ ଘୋଷଣା: ଏଣିକି ପୁରୁଷ-ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

ମ୍ୟାଚ୍‌ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‌ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BCCI

Equal Pay For Indian Men And Women Cricketers

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଏବେ ମହିଳା ଓ ପୁରୁଷ କ୍ରିକେଟରଙ୍କ ମ୍ୟାଚ୍‌ ଫି’ରେ ଆଉ କୌଣସି ଭେଦଭାବ ରହିବ ନାହିଁ। ମ୍ୟାଚ୍‌ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‌ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର। ଏନେଇ BCCI(Board of Control for Cricket in India) ସଚିବ ଜୟ ଶାହ ସୂଚନା ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ପୋଷ୍ଟ ଶେଆର କରି ଜୟ ଶାହ ଏହି ଐତିହାସିକ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜୟ ଶାହ ସୂଚନା ଦେଇଛନ୍ତି ଯେ, ଏଭଳି ଭେଦଭାବ ଦୂର କରିବା ପାଇଁ ଏହା ହେଉଛି BCCIର ପ୍ରଥମ ପଦକ୍ଷେପ। କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଥିବା ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି’ ମିଳିବ। ଏଥିପାଇଁ ବେତନ ଇକ୍ୱିଟି ପଲିସି କାର୍ଯ୍ୟକାରୀ କରାଯାଇଛି। 

Advertisment

ଏମିତି ମହିଳା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି’....

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ବର୍ତ୍ତମାନ ଆମେ ଲିଙ୍ଗଗତ ସମାନତାର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ। ଏଭଳି ସ୍ଥିତିରେ, ଏହି ପଲିସି ଅନୁସାରେ, ବର୍ତ୍ତମାନଠୁ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସମାନ ମ୍ୟାଚ୍ ଫି ରହିବ। ଏବେଠୁ ମହିଳା କ୍ରିକେଟର ପୁରୁଷ କ୍ରିକେଟରଙ୍କ ଭଳି ମ୍ୟାଚ୍ ଫି ମଧ୍ୟ ସମାନ ପାଇବେ। ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ୍ ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ। ସେହିପରି ଦିନିକିଆ ଅର୍ନ୍ତଜାତୀୟ ମ୍ୟାଚ୍‌ ପାଇଁ ପୁରୁଷ କ୍ରିକେଟରଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। 

ବିସିସିଆଇ ସଚିବ ଜୟ ଶାହ ଆହୁରି କହିଛନ୍ତି ଯେ, ପୁରୁଷ କ୍ରିକେଟରଙ୍କୁ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ୍‌ରେ ଗୋଟିଏ ମ୍ୟାଚ୍‌ ଖେଳିବା ପାଇଁ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ମିଳିଥାଏ। ଏବେ ଏହି ସମାନ ଫି’ ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। 

Advertisment

ଜାଣନ୍ତୁ, ପୁରୁଷ କ୍ରିକେଟରଙ୍କୁ କେତେ ମ୍ୟାଚ୍‌ ଫି’ ମିଳିଥାଏ ? 

ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌- ୧୫ ଲକ୍ଷ ଟଙ୍କା

ଗୋଟିଏ ଦିନିକିଆ ମ୍ୟାଚ୍‌- ୬ ଲକ୍ଷ ଟଙ୍କା 

ଗୋଟିଏ ଟି-୨୦ ମ୍ୟାଚ୍‌- ୩ ଲକ୍ଷ ଟଙ୍କା

Team India BCCI
Advertisment
Advertisment