Advertisment

OCA: ଟିକେଟ୍ କଳାବଜାରୀ; ସିଧାସଳଖ OCAକୁ ଆଙ୍ଗୁଳି ଦେଖାଇଲେ ପ୍ରକାଶ ବେହେରା

ଟିକେଟ ବ୍ଲାକ ମାର୍କେଟକୁ ନେଇ ମଧ୍ୟ କ୍ରିକେଟ ପ୍ରେମୀ ଓସିଏର ପରିଚାଳନାକୁ ଦାୟୀ କରିଛନ୍ତି। ବାରବାଟୀ ଷ୍ଟାଡିୟମର ୪୫ ହଜାର ଟିକେଟ ଥିବା ବେଳେ ଅଧା ଟିକେଟ ପାସ ଦେବା ନାଁରେ କଳାବଜାରୀ କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଖେଳ ପ୍ରେମୀ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
OCA

OCA

Advertisment

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍‌କୁ ନେଇ ବିବାଦ ଥମିବାରେ ନାଁ ନେଉନି। ଚାଲିଛି ଦୋଷ ଲଦାଲଦି। ଏହାରି ଭିତରେ ବିସ୍ପୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। OCA କାହାର ପୈତୃକ ସମ୍ପତ୍ତି ନୁହେଁ। ଗୋଟିଏ ପରିବାର ଓ କିଛି ଲୋକଙ୍କ ହାତରେ ରହିଛି OCA । ସେଥିପାଇଁ ଅନ୍ତର୍ଜାତୀୟ ମ୍ୟାଚ ବେଳେ ଓସିଏର କର୍ମକର୍ତ୍ତାମାନେ ବ୍ୟାପକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ୨୬ ହଜାର ପାସ କୁଆଡେ ଗଲା? ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତାଙ୍କ ନାଁ ରେ ପାସ ଦିଆଯାଇଥିବା କହି OCA ଟିକେଟ କଳାବଜାରୀ କରିଥିବା ସେ ଖୋଲାଖୋଲି କହିଛନ୍ତି।

Advertisment

ଟିକେଟ କଳାବଜାରୀ ସହ ବିଜ୍ଞାପନରେ ବି ବ୍ୟାପକ ଦୁର୍ନୀତି ହୋଇଥିବା କଥା କହିଛନ୍ତି ପ୍ରକାଶ । ମ୍ୟାଚ ସମୟରେ ଷ୍ଟାଡିୟମରେ ପିଜା ଓ ପାଣିବୋତଲ ବିକିବାରେ OCA ହେରଫେର କରିଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ। ସମସ୍ତ ଘଟଣାର ତଦନ୍ତ କରନ୍ତୁ ରାଜ୍ୟ ସରକାର ବୋଲି ଦାବି କରିଛନ୍ତି ପ୍ରକାଶ।

ଟିକେଟ ବ୍ଲାକ ମାର୍କେଟକୁ ନେଇ ମଧ୍ୟ କ୍ରିକେଟ ପ୍ରେମୀ ଓସିଏର ପରିଚାଳନାକୁ ଦାୟୀ କରିଛନ୍ତି। ବାରବାଟୀ ଷ୍ଟାଡିୟମର ୪୫ ହଜାର ଟିକେଟ ଥିବା ବେଳେ ଅଧା ଟିକେଟ ପାସ ଦେବା ନାଁରେ କଳାବଜାରୀ କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଖେଳ ପ୍ରେମୀ ଦାବି କରିଛନ୍ତି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିକେଟ କଳାବଜାରୀ କଥାକୁ ସ୍ୱୀକାର କରିଛନ୍ତି। ଏ ନେଇ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଆଗକୁ ଯେଭଳି ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।ଟିକେଟ ବ୍ଲାକ ମାର୍‌କେଟିଂ ନେଇ OCA ଏବେ କାଠଗଡାରେ ଠିଆ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ? OCAକୁ ସୋ’ କଜ୍ ନୋଟିସ୍ କଲା ରାଜ୍ୟ କ୍ରୀଡ଼ା ବିଭାଗ

OCA Cricket Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ