Advertisment

Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଈସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।

ଅଦ୍ୟତନ ହୋଇଛି
Cricket

Cricket

Advertisment

୯୦ ଦଶକର ଏମିତି ଏକ ଗାଁ ପଡିଆ। ଯେଉଁଠି ଖେଳିଛନ୍ତି ଅନେକ ଅନ୍ତର୍ଜାତୀୟ ଖେଳାଳି। ବିଶ୍ୱ ବିଜେତା ଅଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି, ୱିକେଟ୍‌ କିପର ଈସାନ କିଷାନଙ୍କ ସହ ଖେଳିଛନ୍ତି ଅନେକ ଆଇପିଏଲ ଷ୍ଟାର। ଆଫଗାନିସ୍ଥାନ ଓ ବାଙ୍ଗଲାଦେଶ ଭଳି ଟିମ୍ ମଧ୍ୟ ଏହି ପଡିଆରେ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ଭଦ୍ରକ ଜିଲ୍ଲାରେ ଥିବା ଏହି ଗାଁ ପଡିଆରେ ଏଥର ଆୟୋଜିତ ହେଉଛି ୨୯ ତମ ଟିଲୋ କପ।

Advertisment

ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅଧୀନରେ ରହିଛି ହନୁମାନ ଜୀଉ ଖେଳ ପଡିଆ। ୧୧ ଏକର ଜମିରେ ପରିବ୍ୟାପ୍ତ ଏହି ଗ୍ରାଉଣ୍ଡ। ୧୯୯୦ ମସିହାରେ ଟି’ କ୍ରିକେଟ ଆସୋସିଏସନ ଗାଁର ବିଭିନ୍ନ ଟିମକୁ ନେଇ ଆୟୋଜନ କରୁଥିଲା କ୍ରିକେଟ ମ୍ୟାଚ୍। ୨୦୦୦ ମସିହାରୁ ରାଜ୍ୟ ବାହାରର କ୍ରିକେଟ୍ ଟିମ ଏଠାରେ ଭାଗ ନେବା ଆରମ୍ଭ କରିଥିଲେ। ଆଉ ୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍। କେବଳ ଏହି ଦୁଇ ଖେଳାଳି ନୁହଁନ୍ତି, ଏହି ପଡିଆରେ ପ୍ରବୀଣ ତାମ୍ବେଙ୍କ ଭଳି ବହୁ ଆଇପିଏଲ ଖେଳାଳି ମଧ୍ୟ ମ୍ୟାଚ୍ ଖେଳିଛନ୍ତି। ବାଙ୍ଗଲାଦେଶ, ଆଫଗାନିସ୍ଥାନ ଭଳି ବହୁ ଅନ୍ତର୍ଜାତୀୟ ଟିମର ଖେଳାଳି ମ୍ୟାଚ ଖେଳି ଏହି ମାଟିର ଗୌରବ ବଢାଇଛନ୍ତି ।

ଅଧିକ ପଢ଼ନ୍ତୁ : ଇତିହାସ ରଚିଲେ ବୁମରା ଓ ମନ୍ଧାନା, ପ୍ରଥମ ଥର କଲେ ଏମିତି ରେକର୍ଡ

ଏବେ ଟିଲୋ କପ୍‌ ପାଇଁ ପ୍ରସ୍ତୁତ ହେଉଛି ଭଦ୍ରକର ଏହି ପଡ଼ିଆ। ଆସନ୍ତା ମାସରେ ଆୟୋଜିତ ହେବ ୨୯ ତମ ଟିଲୋ କପ୍‌। ଟିଲୋ ଆଥଲେଟିକ ଆସୋସିଏସନ ସଦସ୍ୟ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆୟୋଜିତ ହେବ ଟୁର୍ଣ୍ଣାମେଣ୍ଟ। ଜିଲ୍ଲା ବାହାରୁ ଆସିଥିବା ସ୍ୱତନ୍ତ୍ର ମାଟି ସହ ଘାସ ଲଗାଇ ପିଚ୍‌ ସହ ପଡିଆ ପ୍ରସ୍ତୁତି ଚାଲିଛି। ଗାଁ ପଡିଆରେ ବିଭିନ୍ନ ରାଜ୍ୟ ତଥା କ୍ଲବ ପାଇଁ ଖେଳିଥିବା କ୍ରିକେଟର ଏବେ ବିଶ୍ୱରେ ପରିଚିତ। ତେଣୁ ସେହି ଖେଳାଳିଙ୍କ ସ୍ମୃତି ପାଇଁ ହେଉ ପଛେ ଷ୍ଟାଡିୟମର ଉନ୍ନତିକରଣ ହେବା ଆବଶ୍ୟକ।

Advertisment

ଅଧିକ ପଢ଼ନ୍ତୁ : ରୋହିତଙ୍କୁ ଭାବବିହ୍ବଳ ହୋଇ ଚିଠି ଲେଖିଲେ ଫ୍ୟାନ୍‌; କହିଲେ...

Odisha Cricket Bhadrak Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ