ଅଟୋ ଚାଳକଙ୍କ ପୁଅ ରଚିଲେ ଇତିହାସ। କମନ ୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ । ୟୁପି ନୋଏଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହୃଦାନନ୍ଦଙ୍କ ଏହି ସଫଳତା ପାଇଁ ଢେଙ୍କାନାଳ ସହରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
Also Read
ହୃଦାନନ୍ଦ ଢେଙ୍କାନାଳ ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିବା ପରେ ସହରର ବିଭିନ୍ନ କ୍ରିଡାବିତ୍ ତଥା କ୍ରୀଡା ପ୍ରେମୀ ତଥା ସହରବାସୀଙ୍କ ଗହଣରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପହଞ୍ଚି ଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ହୃଦାନନ୍ଦଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମାନେ ମଧ୍ୟ ଏହି ସଫଳତା ପାଇଁ ହୃଦାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତାର ଶ୍ରେୟ ଗୁରୁ ଗୋପାଳକୃଷ୍ଣଙ୍କୁ ଦେଇଛନ୍ତି ହୃଦାନନ୍ଦ ।
ଆଗାମୀ ଦିନରେ ସେ ୟୁଥ ଅଲମ୍ପିକ ଓ ଏସିଆନ ଗେମ୍ସରେ ଭଲ କରି ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶାବାଦୀ ଅଛନ୍ତି ହୃଦାନନ୍ଦ ଢେଙ୍କାନାଳ ସହର ନିକଟ କୁଟୁଣିଆ ଗ୍ରାମର ଅଟୋ ଚାଳକ ହରିହର ଦାସ ଓ ମା ଗୋପାଳ ଦାସଙ୍କ ପୁଅ ।