Advertisment

ବିମାନରେ ଦୀପକ ଚହରଙ୍କୁ ମିଳିଲାନି ଖାଦ୍ୟ; ବଖାଣିଲେ ତିକ୍ତ ଅନୁଭୂତି

ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍‌ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।

author-image
Pramod Behera
Deepak Chahar blames Malaysian airlines

Deepak Chahar blames Malaysian airlines

ମାଲେସିଆ ଏୟାରଲାଇନ୍ସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଦୀପକ ଚହର୍। ବାଂଲାଦେଶ ଟୁର୍ ପାଇଁ ନ୍ୟୁଜିଲାଣ୍ଡରୁ ଢାକା ଯାତ୍ରା ବେଳର ତିକ୍ତ ଅନୁଭୂତିକୁ ସେ ଟୁଇଟ୍ କରି ବଖାଣିଛନ୍ତି। ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ, ଏଭଳି ଟୁଇଟ୍ କରିଛନ୍ତି ଚହର। ମାଲେସିଆ ଏୟାର୍‌ଲାଇନ୍ ସହ ଯାତ୍ରା କରିବାର ଏହ ହେଉଛି ସବୁଠାରୁ ଖରାପ ଅନୁଭବ ବୋଲି ସେ କହିଛନ୍ତି।

Advertisment

ଟ୍ୱିଟ୍‌ରେ ସେ ଲେଖିଛନ୍ତି ମାଲେସିଆ ଏୟାରଲାଇନ୍ସ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆନଯାଇ ସେମାନଙ୍କ ବିମାନ ବଦଳାଯାଇଥିଲା। ନିଜର ଉଦ୍‌ବେଗ ପ୍ରକାଶ କରି ଚହର କହିଛନ୍ତି ଯେ “ବିଜିନେସ୍ କ୍ଲାସ୍‌ରେ ଯାତ୍ରା ସତ୍ତ୍ୱେ ସେଥିରେ କୌଣସି ଖାଦ୍ୟ ବ୍ୟବସ୍ଥା ନଥିଲା। ଏଥିସହ ୨୪ ଘଣ୍ଟା ହେଲାଣି ଆମେ ଆମ ଲଗେଜ୍‌କୁ ଅପେକ୍ଷା କରିଛୁ। ଏଭଳି ସ୍ଥିତିରେ ଆସନ୍ତାକାଲି ଆମର ମ୍ୟାଚ୍ ରହିଛି।”

Advertisment

ସୂଚନା ଅନୁସାରେ ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳି ଦୀପକ ଚହର, ଶିଖର ଧାଓ୍ୱନ, ଶ୍ରେୟସ୍ ଆୟର୍, ଶାର୍ଦ୍ଦୁଲ ଠାକୁର, ରିଶବ ପନ୍ଥ, ଓ୍ୱାଶିଂଟନ୍ ସୁନ୍ଦର ନ୍ୟୁଜିଲାଣ୍ଡ୍ ଖ୍ରୀଷ୍ଟଚର୍ଚ୍ଚ ଏୟାରପୋର୍ଟରୁ ମାଲେସିଆ କ୍ୱାଲାଲୁମ୍ପୁର୍ ଦେଇ ବାଂଲାଦେଶ ଢାକାକୁ ଯାତ୍ରା କରୁଥିଲେ।

ଅନ୍ୟପକ୍ଷରେ ଚହରଙ୍କ ଏହି ଟୁଇଟ୍ ପରେ ତ୍ରୁଟି ଯୋଗୁଁ କ୍ଷମା ପ୍ରାର୍ଥନା କରିଛି ମାଲେସିଆ ଏୟାରଲାଇନ୍ସ। ବିମାନ ସଂସ୍ଥା ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, “ବୈଷୟିକ, ପରିଚାଳନାଗତ ତ୍ରୁଟି କିମ୍ବା ପାଣିପାଗ ସମସ୍ୟା ଯୋଗୁଁ ଏଭଳି ଘଟିଛି। ଏଭଳି ଅସୁବିଧା ଯୋଗୁଁ ଆମେ କ୍ଷମା ମାଗୁଛୁ। ଆପଣଙ୍କ ଜିନିଷପତ୍ର ଯଥାଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବା ନେଇ ଆମେ ସୁନିଶ୍ଚିତ କରୁଛୁ। ଆମର ଢାକା ଟିମ୍ ପକ୍ଷରୁ ଶୀଘ୍ର ଆପଣଙ୍କୁ ଯୋଗାଯୋଗ କରାଯିବ।”

Airlines Deepak Chahar
Advertisment
Advertisment