• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ୍‌ ୨୦୨୨ ର ୫୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପଏଣ୍ଟ ଟେବୁଲ୍‌ର ହାଇଦ୍ରାବାଦ ୯ଟି ମ୍ୟାଚ୍‌ରୁ ୫ଟି ରେ ବିଜୟ ହାସଲ କରି ୫ନଂ ସ୍ଥାନରେ ରହିଥିବା ବେଳେ ୯ଟି ମ୍ୟାଚ୍‌ରେ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରି ୭ନଂ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚ୍‌ଟି ମୁମ୍ବାଇର ବ୍ରେବନ୍‌ ଷ୍ଟାଡିୟମରେ ହେବାକୁ ଯାଉଛି । ଟସ୍‌ ଜିତି ହାଇଦ୍ରାବାଦ ଦିଲ୍ଲୀ ବିପକ୍ଷରେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ମ୍ୟାଚ୍‌ଟି ଲକ୍ଷ୍ନୌ ଠାରୁ ୬ ରନ୍‌ରେ ପରାସ୍ତ ହୋଇଥିଲା । ଦିଲ୍ଲୀକୁ ଶେଷ ଓଭରରେ ୨୧ରନ ଆବଶ୍ୟକ ଥିଲା। କିନ୍ତୁ ଏହି ଓଭରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ କ୍ରିଜରେ ଥିଲେ। ଦୁଇଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ଟିମ ବିଜୟ ହାସଲ କରିପାରି ନଥିଲା।

ସେହିପରି ହାଇଦ୍ରାବାଦ ମଧ୍ୟ ପୂର୍ବ ମ୍ୟାଚ୍‌ଟି ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ୧୩ ରନ୍‌ରେ ହାରି ଯାଇଥିଲା । ତେବେ ଦୁଇଟି ଟିମ୍‌ ନିଜର ବିଜୟ ଟ୍ରାକ୍‌କୁ ଫେରିବା ପାଇଁ ଜୋର୍‌ ଲଗାଇବେ ବୋଲି ଆଶା କରାଯାଉଛି । ଏହି ମ୍ୟାଚ୍‌ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ତେଣୁ ହାଇଦ୍ରାବାଦ ଆଜିର ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ଦଳ ପାଇଁ ସେନ ଆବଟ୍ଟ, ଶ୍ରେୟସ ଗୋପାଲ ଓ କାର୍ତ୍ତିକ ତ୍ୟାଗୀ ଡେବ୍ୟୁ କରୁଛନ୍ତି। ମାର୍କୋ ଜାନେସନ, ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି।

ସେହିପରି ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ପୃଥ୍ୱୀ ଶ’, ଅକ୍ଷର ପଟେଲ, ଚେତନ ସକାରିୟା ଓ ମୁସ୍ତାଫିଜୁର ରହମାନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ମନଦୀପ ସିଂହ, ଖଲୀଲ ଅହମଦ, ରିପାଲ ପଟେଲ ଓ ଅନରିଚ ନୋର୍ଖିୟା ସ୍ଥାନ ପାଇଛନ୍ତି।