ଜାଣନ୍ତୁ କେବେ ଓ କେଉଁ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ

ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ । ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ ।

WTC Final

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍-୨୦୨୫ର ଫାଇନାଲ ମ୍ୟାଚ୍‌ର ତାରିଖ ଓ ଭେନ୍ୟୁ ଘୋଷଣା କରିଛି ଆଇସିସି । ଫାଇନାଲ ମ୍ୟାଚ୍‌ ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡ ଲର୍ଡସରେ ଖେଳାଯିବ । ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ । ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ । ଏହା ପୂର୍ବରୁ ଦୁଇଟି ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ସାଉଥମ୍ପଟନ (ରୋଜ ବାଉଲ) ଏବଂ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା । ତେବେ ତୃତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଐତିହାସିକ ଲର୍ଡସ୍‌ରେ ଖେଳାଯିବ ।

ଆଇସିସିର ସିଇଓ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ କ୍ରିକେଟ୍ ଜଗତର ସବୁଠାରୁ ରୋମାଞ୍ଚକର ଇଭେଣ୍ଟ ମଧ୍ୟରୁ ଗୋଟିଏ ହୋଇପାରିଛି । ତେଣୁ ୨୦୨୫ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲର ତାରିଖ ଘୋଷଣା କରି ବହୁତ ଖୁସି ବୋଲି ଆଇସିସି ସିଇଓ କହିଛନ୍ତି।

ଅଧିକ ପଢ଼ନ୍ତୁ: ସୁମିତଙ୍କ ରେକର୍ଡ; ଲଗାତାର ଭାବେ ହାତେଇଲେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ...

WTCର ପ୍ରଥମ ଫାଇନାଲ୍ ୨୦୨୧ରେ ସାଉଥମ୍ପଟନରେ ଖେଳାଯାଇଥିବାବେଳେ ୨୦୨୩ରେ ଦି ଓଭାଲ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୨୦୨୧ ଏବଂ ୨୦୨୩ରେ ଏହି ଟାଇଟଲ୍ ଜିତିଛନ୍ତି । ଉଭୟ ଥର ଫାଇନାଲ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ହାତରୁ ଟିମ୍ ଇଣ୍ଡିଆକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ତେବେ ୨୦୨୩ରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ସେପଟେ ୨୦୨୫ରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ କେଉଁ ଦଳ ମଧ୍ୟରେ ଖେଳାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଗାମୀ କିଛି ମାସ ମଧ୍ୟରେ, ସମସ୍ତ ଦଳ ଅନେକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହାପରେ କେଉଁ ଦଳ ଟାଇଟଲ୍ କ୍ଲାସ୍ ସାମ୍ନାସାମ୍ନି ହେବ ସେନେଇ ଚିତ୍ର ସ୍ପଷ୍ଟ ହେବ ।