• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳିତବର୍ଷର ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ । ସାଇକେଲ୍‌ ଚାଳିକା ସ୍ୱାତୀ ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ । ସେହିଭଳି ଦୀପରଞ୍ଜନ ବିଷୋୟୀ ପାଇଲେ ଶ୍ରେଷ୍ଠ ପାରା କ୍ରୀଡ଼ାବତ୍ ସମ୍ମାନ, ଉଦୀୟମାନ କ୍ରୀଡ଼ାବିତ୍ ଭାବେ ସବିତା ଟପ୍ପୋଙ୍କୁ କରାଗଲା ସମ୍ମାନିତ । ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

ଦିବଂଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଜୀବନ ବ୍ୟାପି ସାଧନା ପାଇଁ ଦୁଇ ଜଣ କୋଚ୍ ପୁରସ୍କୃତ ହୋଇଛନ୍ତି । ହକି କୋଚ୍ ପିଟର୍ ତିର୍କୀ, ଫୁଟବଲ୍ କୋଚ୍ ରାଜେନ୍ଦ୍ର ସିଂ ପୁରସ୍କୃତ । କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।