Advertisment

Sanjay Bangar Son Aryan: ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ କ୍ରିକେଟରଙ୍କ ପୁଅ, ଆର୍ଯ୍ୟନରୁ ହେଲେ ଅନାୟା

କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନ୍ ପ୍ରାୟ ୧୧ ମାସ ପୂର୍ବେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଥିଲେ । ଯାହାକୁ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି' ବା HRT କୁହାଯାଏ ।

ଅଦ୍ୟତନ ହୋଇଛି
Who Is Sanjay Bangar Son  And Why Is He Trending

ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ କ୍ରିକେଟରଙ୍କ ପୁଅ

Advertisment

ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍‌ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସଞ୍ଜୟ ବାଙ୍ଗରଙ୍କ ପୁଅ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନରୁ ଅନାୟା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଏନେଇ ସେ ଖୋଲାଖୋଲି ଭାବେ ନିଜ ଅନୁଭବ ସାର୍ବଜନୀନ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ରିଲ୍ସ୍‌ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ତାଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ସହ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସେ ଏହାକୁ ଡିଲିଟ୍‌ କରିଦେଇଥିଲେ । ଏହା ସହିତ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ଦେଶ ପାଇଁ କ୍ରିକେଟ୍ ଖେଳି ନ ପାରିବାର ଯନ୍ତ୍ରଣା ମଧ୍ୟ ପ୍ରକାଶ କରିଛନ୍ତି ।

Advertisment

କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନ୍ ପ୍ରାୟ ୧୧ ମାସ ପୂର୍ବେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଥିଲେ । ଯାହାକୁ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି' ବା HRT କୁହାଯାଏ । ଏହି ଥେରାପି ଧୀରେ ଧୀରେ ତାଙ୍କ ଶରୀରରେ ପରିବର୍ତ୍ତନ ଆଣିଲା ଏବଂ ଏହି ପରିବର୍ତ୍ତନ ସହିତ ତାଙ୍କ ନାମ ଆର୍ଯ୍ୟନରୁ ଅନାୟାରେ ମଧ୍ୟ ପରିବର୍ତ୍ତିତ ହେଲା । ଅନାୟା ତାଙ୍କ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମାଧ୍ୟମରେ ଲୋକଙ୍କ ସହ ଏହି ଯାତ୍ରାକୁ ନେଇ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି - 'ଯଦିଓ ଶାରୀରିକ ଶକ୍ତି ହ୍ରାସ ପାଉଛି, କିନ୍ତୁ ସୁଖ ମିଳୁଛି’।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

Advertisment

କ୍ରିକେଟ୍ ପ୍ରତି ଅନାୟାଙ୍କ ଆଗ୍ରହ ତାଙ୍କ ପିତାଙ୍କଠାରୁ ପ୍ରାପ୍ତ ହୋଇଛି । ପିଲାଦିନରୁ ସଞ୍ଜୟ ବାଙ୍ଗର ଖେଳୁଥିବା ଦେଖି ଅନାୟାଙ୍କର ମଧ୍ୟ ଏକ ସ୍ୱପ୍ନ ଥିଲା ଯେ ସେ ମଧ୍ୟ କ୍ରିକେଟ୍ ପଡ଼ିଆରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ । କିନ୍ତୁ HRT ହେତୁ ତାଙ୍କର ମାଂସପେଶୀ ଏବଂ ଶକ୍ତି ଯଥେଷ୍ଟ ହ୍ରାସ ପାଇଛି । ସେ କହିଛନ୍ତି, 'କ୍ରିକେଟ୍ ପ୍ରତି ମୋର ପୁରୁଣା ଉତ୍ସାହ ଜାରି ରଖିବା ମୋ ପାଇଁ କଷ୍ଟସାଧ୍ୟ ହୋଇପଡିଛି, କାରଣ ମୋ ଶରୀରରେ ଅନେକ ପରିବର୍ତ୍ତନ ଘଟୁଛି ।' ତଥାପି ଅନାୟା ହାର ମାନିନାହାଁନ୍ତି । ସେ ଏବେ ଇଂଲଣ୍ଡର ମଞ୍ଚେଷ୍ଟରରେ ଏକ ସ୍ଥାନୀୟ କ୍ରିକେଟ୍ କ୍ଲବ ପାଇଁ ଖେଳୁଛନ୍ତି ଏବଂ ନିକଟରେ ୧୪୫ ରନ୍‌ର ଏକ ଦମଦାର ଇନିଂସ ମଧ୍ୟ ଖେଳିଥିଲେ ।

କିନ୍ତୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ନିକଟରେ ଏକ ନୂଆ ନିୟମ ଲାଗୁ କରିଛି । ଯାହା ଅନାୟାଙ୍କ ସମ୍ଭାବ୍ୟ ମହିଳା କ୍ରିକେଟ କ୍ୟାରିୟରକୁ ମଧ୍ୟ ଶେଷ କରିଦେଇଛି । ଏହି ନିୟମ ଅନୁଯାୟୀ ଟ୍ରାନ୍ସଜେଣ୍ଡର ମହିଳାମାନଙ୍କୁ ୨୦୨୫ରୁ ମହିଳା କ୍ରିକେଟ୍ ଖେଳିବାକୁ ବାରଣ କରାଯିବ। ଏହି ନିୟମ ଅନାୟାଙ୍କ ପାଇଁ ହୃଦୟ ବିଦାରକ ଅଟେ । ଯଦିଓ ସେମାନଙ୍କର ହରମୋନ୍ ସ୍ତର ମହିଳାଙ୍କ ତୁଳନାରେ ସମାନ, କିନ୍ତୁ ଏହି ନିୟମ ହେତୁ ଅନାୟାଙ୍କ ପାଇଁ ବୃତ୍ତିଗତ କ୍ରିକେଟ୍ ଖେଳିବା ଅସମ୍ଭବ ହୋଇପଡ଼ିଛି ।

Advertisment

ଅନାୟା କହିଛନ୍ତି ଯେ କ୍ରୀଡ଼ା କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ଆଥଲେଟମାନଙ୍କ ପାଇଁ ଏକ ସ୍ଥାନ ରହିବା ଉଚିତ୍ । ଟ୍ରାନ୍ସଜେଣ୍ଡର ଆଥଲେଟଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାର ଅଧିକାର କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ବାଙ୍ଗରଙ୍କ ଝିଅ ?

ଅଧିକ ପଢ଼ନ୍ତୁ: ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌....

Cricket Gender Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ