Advertisment

Cricket Match In Barabati Stadium: ୫ ବର୍ଷ ପରେ ଇଣ୍ଡିଆ-ଇଣ୍ଡିଆ ନାରାରେ କମ୍ପୁଛି କଟକ ବାରବାଟୀ

ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ।

undefined

Cricket

Advertisment

ଦୀର୍ଘ ୫ ବର୍ଷ ପରେ ଇଣ୍ଡିଆ-ଇଣ୍ଡିଆ ନାରାରେ କମ୍ପୁଛି କଟକ ବାରବାଟୀ। ମ୍ୟାଚର ଭରପୁର ମଜା ନେଉଛନ୍ତି ହଜାର ହଜାର ଦର୍ଶକ। ଫ୍ୟାନଙ୍କ ଖଚାଖଚ ଭିଡ଼ରେ ଉଛୁଳୁଛି ଷ୍ଟାଡିୟମ। ପଡ଼ିଆ ବାହାରେ ମଧ୍ୟ ପ୍ରବଳ ଗହଳି। ଆଜି ମ୍ୟାଚ୍ ଆରମ୍ଭ ହେବା ଢେର୍ ପୂର୍ବରୁ ଦେଖିବାକୁ ମିଳିଥିଲା କ୍ରିକେଟ୍ ଫିଭର୍। ଭୁବନେଶ୍ୱରରୁ କଟକର ବାରବାଟୀ ଷ୍ଟାଡିୟମ। ସବୁଠି ନିଜ ଫେଭରିଟ୍ ଷ୍ଟାରଙ୍କୁ ନିଆରା ଅନ୍ଦାଜରେ ଚିୟର ଅପ୍‌ କରିବାକୁ ପହଞ୍ଚି ଯାଇଥିଲେ ଡାଏହାର୍ଡ ଫ୍ୟାନ୍।

Advertisment

ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ। ସେଥିରେ ଜଣେ କୁନି ପୁଅର ହେୟାର ଷ୍ଟାଇଲ ସମସ୍ତଙ୍କଠାରୁ ଅଲଗା ଲାଗୁଥିଲା। ମୁଣ୍ଡର ଗୋଟିଏ ପଟେ ଇଣ୍ଡିଆ, ଆର ପଟେ ଇଂଲଣ୍ଡ ଲେଖାଯାଇଛି। ମୁଣ୍ଡ ଉପରେ ଗ୍ରାଉଣ୍ଡ୍ ଓ ପିଚ୍ ଭଳି ହେୟାରକଟ୍। ଠିକ୍‌ ସେମିତି ଆଉ ଜଣେ ଫ୍ୟାନ୍‌ ଦେଖିବାକୁ ବିଲ୍‌କୁଲ କୋହଲି ଭଳିଆ। ଆଉ ସେ କୋହଲିଙ୍କ ଜଣେ ପ୍ରଶଂସକ ବୋଲି କହୁଛନ୍ତି। ଏହି ବ୍ୟକ୍ତି ଜଣକ ହିମାଚଳ ପ୍ରଦେଶରୁ ଆସିଛନ୍ତି। ଆଉ ସାଙ୍ଗରେ ଆଣିଛନ୍ତି ଏକ ସ୍ପେଶାଲ୍ ତ୍ରିରଙ୍ଗା। ଭୁବନେଶ୍ୱରର ଜଣେ ସଂଗ୍ରାହକ ପ୍ରଦର୍ଶନ କରିଛନ୍ତି ବିରଳ ଭ୍ରାମ୍ୟମାଣ ମ୍ୟୁଜିୟମ। ସେଥିରେ କ୍ରିକେଟ୍‌ ମ୍ୟାଚ୍ ଟିକେଟ୍ ଓ ସେ ସଂପର୍କିତ ପୋଷ୍ଟାଲ୍ ଷ୍ଟାମ୍ପ୍ ଆଦି ଦେଖିବାକୁ ମିଳିଛି। ଖାଲି ଏମାନେ ନୁହଁନ୍ତି, କିଏ ଦେହ ସାରା ରଙ୍ଗ ବୋଳି ହୋଇଥିଲେ, କିଏ ମ୍ୟୁଜିକ ବଜାଇ କରୁଥିଲେ ଡଲ୍ ଡ୍ୟାନ୍ସ।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି 

ଦିନ ପ୍ରାୟ ୧୧ଟା। ଏପଟେ ହୋଟେଲରୁ ବାହାରିଥିଲେ ଇଣ୍ଡିଆ ଓ ଇଂଲଣ୍ଡ୍ ଖେଳାଳି, ସେପଟେ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଖୋଲିଥିଲା ଫାଟକ। ଚାରିଆଡ଼େ ଖାଳି ବ୍ଲୁ ହିଁ ବ୍ଲୁ। ଦିନ ୧ଟା ୩୦ରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ମ୍ୟାଚ୍। ଯେଉଁ ଲକି ଫ୍ୟାନ୍ ମାନେ ଟିକେଟ୍ ପାଇଥିଲେ ସେମାନଙ୍କ ଖୁସି ତ କାହିଁରେ କେତେ, ହେଲେ ଯେଉଁମାନେ ଟିକେଟରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ବି ନିରାଶ କରିନଥିଲା ବାରବାଟୀ । ଷ୍ଟାଡିୟମ ବାହାରେ ଲାଗିଥିବା ବିରାଟ ବିରାଟ ଏଲଇଡିରେ ସେମାନେ ଏକାଠି ଦେଖିଥିଲେ ମ୍ୟାଚର ସିଧାପ୍ରସାରଣ।

Advertisment
OCA Odisha Cricket Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ