Advertisment

ମ୍ୟାଚ୍ ଦେଖିବା ପାଇଁ ରୋଗୀ ହୋଇଗଲେ ଦର୍ଶକ, ହସ୍ପିଟାଲ ବୁକ୍ କରୁଛନ୍ତି କ୍ରିକେଟ୍ ପ୍ରେମୀ

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
India vs Pakistan

India vs Pakistan

ଆସନ୍ତାକାଲି ଦିନିକିଆ ବିଶ୍ୱକପ୍‌ରେ ସବୁଠୁ ବଡ଼ ମ୍ୟାଚ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ ।  ଏହି ମ୍ୟାଚ୍ ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ଦର୍ଶକ। ସାରା ବିଶ୍ୱର ନଜର ରହିଛି ଏହି ହାଇଭୋଲଟେଜ୍ ମ୍ୟାଚ୍ ଉପରେ। ସମୟ ଯେତିକି ପାଖଉଛି ଦର୍ଶକଙ୍କ ହାର୍ଟବିଟ୍ ସେତିକି ବଢ଼ୁଛି ।

Advertisment

ଭାରତ-ପାକସ୍ତାନ କ୍ରିକେଟ୍ ମ୍ୟାଚ୍। ସେ ପୁଣି ଦିନିକିଆ ବିଶ୍ୱକପ୍‌ରେ। ବିଶ୍ୱକପ୍ ଫାଇନାଲଠାରୁ ମଧ୍ୟ ଅଧିକ କ୍ରେଜ୍ ଏହି ହାଇଭୋଲଟେଜ୍ ଟକ୍କର ପାଇଁ। ପଡ଼ିଆରେ ସିନା ଦୁଇ ଦେଶର ଖେଳାଳି ଖେଳନ୍ତି। କିନ୍ତୁ ପଡ଼ିଆ ବାହାରେ ଏହି ମ୍ୟାଚ୍ ଉପରେ ନଜର ରହିଥାଏ ସାରା ବିଶ୍ୱର। ତେବେ ବର୍ତ୍ତମାନ ସ୍ଥିତିରେ ଏହି ମ୍ୟାଚ୍‌କୁ ନେଇ କି ଯେତିକି ଚର୍ଚ୍ଚା, ସେତିକି ଚର୍ଚ୍ଚା ଏବେ ଅହମ୍ମଦାବାଦ ମେଡିକାଲରେ ରୋଗୀ ସଂଖ୍ୟାକୁ ନେଇ। କାହିଁକି ନା ବିଶ୍ୱକପ୍‌ରେ ଭାରତର ଅଭିଯାନ ଆରମ୍ଭ ପୂର୍ବରୁ ଶୁଭମନ ଗିଲ୍ ଡେଙ୍ଗୁରେ ଆକ୍ରନ୍ତ ହୋଇଥିଲେ। ସେ ଯଦିଓ ଏବେ ସୁସ୍ଥ ହୋଇସାରିଲେଣି, କିନ୍ତୁ ଏବେ ପୂରା ଅହମ୍ମଦାବାଦ ରୋଗାକ୍ରାନ୍ତ ହୋଇଛି। ଏହା ଶୁଣି ଆପଣଙ୍କୁ ଅଡ଼ୁଆ ଲାଗୁଛି କି। କିନ୍ତୁ ପ୍ରକୃତରେ ଏହା ହିଁ ସତ।

ଭାରତ-ପାକିସ୍ତାନ ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି। କିନ୍ତୁ ଅହମ୍ମଦାବାଦରେ ଏବେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ହସ୍ପିଟାଲ ବୁକ୍ କରୁଛନ୍ତି ଦର୍ଶକ। ଭାରତ-ପାକ୍ ମ୍ୟାଚ୍ ପାଇଁ ଅହମ୍ମଦାବାଦରେ ଦୁଇ ଗୁଣ ବଢ଼ିଯାଇଛି ହୋଟେଲ ରେଟ୍। ସ୍ଥିତି ଏମିତି କି ସେଠାରେ ଆଉ ରହିବାକୁ ହୋଟେଲ ମଧ୍ୟ ମିଳୁନି। ତେଣୁ ରହିବା ପାଇଁ ହସ୍ପିଟାଲକୁ ବାଛୁଛନ୍ତି କ୍ରିକେଟ୍ ପ୍ରେମୀ। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସି ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଦର୍ଶକ।

Advertisment

ସୂଚନା ଅନୁସାରେ ଦିନିକିଆ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ୭ ଥର ମୁହାଁମୁହିଁ ହୋଇଥିଲେ। ୭ ଥର ମଧ୍ୟରୁ ଗୋଟିଏ ବି ମ୍ୟାଚ୍‌ରେ ବିଜୟ ଲାଭ କରିପାରିନାହିଁ ପାକ୍। ତେବେ ଏ ବିଜୟଧାରା ଆସନ୍ତାକାଲିର ମ୍ୟାଚ୍‌ରେ ମଧ୍ୟ ଜାରି ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ତେବେ ଚଳିତ ବିଶ୍ୱକପ୍‌ରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ମ୍ୟାଚ୍‌ରେ ବିଜୟଲାଭ କରିଛି।

India 2023 Men's World Cup Pakistan Ahmedabad
Advertisment
Advertisment