Advertisment

Captain Cool: ଧୋନୀଙ୍କୁ ଝଟକା, କାଠଗଡ଼ାକୁ ଟାଣିଲେ ଓକିଲ

ଆବେଦନକାରୀଙ୍କ ପକ୍ଷରୁ ଆହୁରି ମଧ୍ୟ ଯୁକ୍ତି କରାଯାଇଛି କି, ରାହୁଲ ଦ୍ରାବିଡଙ୍କୁ ’ଦ ୱାଲ’, ସଚିନ ତେନ୍ଦୁଲକରଙ୍କୁ ’ଗଡ ଅଫ କ୍ରିକେଟ’ ଭାବେ ସମ୍ବୋଧନ କରାଯାଏ। ଧୋନୀଙ୍କ ଆବେଦନ ଟ୍ରେଡମାର୍କ ଆକ୍ଟ ୧୯୯୯ର ଧାରା ୨୧କୁ ଉଲ୍ଲଂଘନ କରୁଛି।

Captain Cool

Captain Cool

Advertisment

ଟିମ ଇଣ୍ଡିଆର କ୍ୟାପଟେନ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀଙ୍କୁ ଝଟକା। କ୍ୟାପଟେନ କୁଲର ଟ୍ରେଡମାର୍କ ପାଇଁ ଆବେଦନ କରିଥିବା ଧୋନୀଙ୍କୁ କାଠଗଡାକୁ ଟଣାଯାଇଛି। ଭାରତୀୟ କ୍ରିକେଟ ଇତିହାସର ସଫଳତମ ଅଧିନାୟକ ରହିଥିବା ଧୋନୀଙ୍କୁ କୋର୍ଟର କାଠଗଡା ଭିତରକୁ ଟାଣିଛନ୍ତି ଜଣେ ଓକିଲ।

Advertisment

ନିକଟରେ ଧୋନୀ ’କ୍ୟାପଟେନ କୁଲ୍’ ଶବ୍ଦର ଟ୍ରେଡମାର୍କ ପାଇଁ ଆବେଦନ କରିଥିଲେ। ଧୋନୀଙ୍କୁ ତାଙ୍କ ଫ୍ୟାନ ଓ ଅନେକ କ୍ରିକେଟ ପଣ୍ଡିତ କ୍ୟାପଟେନ କୁଲ୍ ସମ୍ବୋଧନ କରିଥାନ୍ତି। ତେବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଟ୍ରେଡମାର୍କ ପାଇଁ ଆବେଦନ କରିଥିଲେ ଧୋନୀ।

ତେବେ ଦିଲ୍ଲୀ ନିବାସୀ ଓକିଲ ଏହି ଶବ୍ଦର ଟ୍ରେଡମାର୍କ ଆବେଦନକୁ ଖାରଜ କରିବା ପାଇଁ ଆବେଦନ କରିଛନ୍ତି। ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ ଆଶୁତୋଷ ଚୌଧୁରୀ ନାମକ ଜଣେ ଓକିଲ ଏହି ମାମଲା ରୁଜୁ କରିଛନ୍ତି। 

Advertisment

ଆଶୁତୋଷଙ୍କ ଅଭିଯୋଗ ଅନୁଯାୟୀ କ୍ୟାପଟେନ କୁଲ୍ ବିଭିନ୍ନ ବାକ୍ୟର ଏକ ଅଂଶ ଅଟେ। ଅତୀତରେ ମଧ୍ୟ ଅନେକ ଖେଳାଳିଙ୍କ ନାମରେ ଏହି ଶବ୍ଦର ବ୍ୟବହାର କରାଯାଇଛି। ଧୋନୀ ଏହାର ଏକମାତ୍ର ବ୍ୟବହାରକାରୀ ଭାବେ ଟ୍ରେଡମାର୍କ ଆବେଦନ କରିବା ଗ୍ରହଣୀୟ ନୁହେଁ ବୋଲି ଓକିଲ ଜଣଙ୍କ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। 

ଟ୍ରେଡମାର୍କ ଆକ୍ଟ ୧୯୯୯ର ଏହା ଉଲ୍ଲଂଘନ କରୁଛି ବୋଲି ଓକିଲ ଜଣଙ୍କ ଅଭିଯୋଗ କରିଛନ୍ତି। ଏହି ଶବ୍ଦର ଅର୍ଥ ଅତ୍ୟନ୍ତ ବ୍ୟାପକ ହୋଇଥିବା ବେଳେ ଏହାକୁ କୌଣସି ବ୍ୟକ୍ତି ବ୍ୟବହାର କରିବା ନିୟମ ବିରୁଦ୍ଧରେ ଯାଉଛି ବୋଲି କହିଛନ୍ତି ଆଶୁତୋଷ।

Advertisment

ଅତୀତରେ ଅନେକ କ୍ରିକେଟରଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି। ଏହାର ପ୍ରମାଣ ସ୍ବରୂପ ବିଭିନ୍ନ ଖବରକାଗଜର କଟିଂକୁ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ଆହୁରି ମଧ୍ୟ ଯୁକ୍ତି କରାଯାଇଛି କି, ରାହୁଲ ଦ୍ରାବିଡଙ୍କୁ ’ଦ ୱାଲ’, ସଚିନ ତେନ୍ଦୁଲକରଙ୍କୁ ’ଗଡ ଅଫ କ୍ରିକେଟ’ ଭାବେ ସମ୍ବୋଧନ କରାଯାଏ।

ଧୋନୀଙ୍କ ଆବେଦନ ଟ୍ରେଡମାର୍କ ଆକ୍ଟ ୧୯୯୯ର ଧାରା ୨୧କୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ଖାରଜ କରିବା ପାଇଁ ଆବେଦନ କରାଯାଇଛି।

ଅଧିକ ପଢ଼ନ୍ତୁ: ହଠାତ ଅନ୍ୟ ଖେଳାଳି କିଛି ବୁଝିପାରିନଥିଲେ...ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଗଲା

MS Dhoni Captain Cool
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ