Intercontinental Cup
ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି ଭାରତ । ଫାଇନାଲରେ ଲେବାନନକୁ ୨-୦ ଗୋଲରେ ପରାସ୍ତ କରି ଭାରତ ଟାଇଟଲ ହାସଲ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଲାଲି ଅଞ୍ଜୁଆଲା ହୋଇଛନ୍ତି ମ୍ୟାନ ଅଫ ଦି ମ୍ୟାଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିବା ସହିତ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଏହା ଆଗରୁ ୨୦୧୮ରେ ମଧ୍ୟ ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଟାଇଟଲ ହାସଲ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687113208.jpeg)