Advertisment

ଦୃଷ୍ଟିହୀନ ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍

ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ଲାଭ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Blind T20 World Cup 2022

Blind T20 World Cup 2022

ଦୃଷ୍ଟିହୀନ ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍। ବାଲାଂଦେଶକୁ ହରାଇ ଟିମ୍ ଇଣ୍ଡିଆ କ୍ରମାଗତ ତୃତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇଛି। ବାଙ୍ଗାଳୁରୁ ସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ଦୁଇ ଉଇକେଟ୍ ହରାଇ ୨୭୭ ରନ୍ କରିଥିଲା।

Advertisment

୨୭୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ଇାକୁ ଓହ୍ଲାଇଥିବା ବାଂଲାଦେଶ ଟିମ୍ ୩ ଉଇକେଟ୍ ବିନିମୟରେ ମାତ୍ର ୧୫୭ ରନ୍ କରିପାରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ସୁନୀଲ ରମେଶ ସର୍ବାଧିକ ୧୬୩ ରନ୍ ଏବଂ ଅଜୟ ରେଡ୍ଡୀ ଶତକ ହାସଲ କରିଥିଲେ।

Advertisment

ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ଲାଭ କରିଛି। ଏହାପୂର୍ବରୁ ୨୦୧୨ରେ ଏବଂ ୨୦୧୮ରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା। ଏହି ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।

T20 Cricket
Advertisment
Advertisment