BJD is Incapable of Making Decisions: ‘ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି’

ଚେନ୍ନାଇରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଗୋଷ୍ଠୀଙ୍କ ମେଳି। ଏଥିରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଷ୍ଟାଣ୍ଡ ରଖିଲା ବିଜେଡି। ନବୀନ ଦେଲେ ବିରୋଧୀ ବିବୃତ୍ତି।

BJD is Incapable of Making Decisions

ସବୁବେଳେ ସମଦୂରତା କଥା କହି ପୂର୍ବରୁ NDAକୁ ଅହେତୁକ ସହାୟତା ଯୋଗାଇ ଆସୁଥିବା ନବୀନ, ଆଜି ପ୍ରଥମ ଥର ପାଇଁ ନେଇଛନ୍ତି ବିଜେପି ବିରୋଧୀ ଷ୍ଟାଣ୍ଡ୍। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେଇଚନ୍ତି ବିଜେଡି ନେତା।  ଭିଡିଓ ବାର୍ତ୍ତା ରଖି ନବୀନ ବି କରିଛନ୍ତି ବିରୋଧ। ତେବେ ନବୀନଙ୍କ ହଠାତ୍ ଏମିତି ଷ୍ଟାଣ୍ଡକୁ ନେଇ ଅନେକ ଚର୍ଚ୍ଚା। ବିଜେପିକୁ ବିରୋଧ କରି କଂଗ୍ରେସ ସହ ବିଜେଡି ମେଣ୍ଟ କରୁଛି ବିଜେଡି ବୋଲି କହିଛି ବିଜେପି।

ଚେନ୍ନାଇରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଗୋଷ୍ଠୀଙ୍କ ମେଳି। ଏଥିରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଷ୍ଟାଣ୍ଡ ରଖିଲା ବିଜେଡି। ନବୀନ ଦେଲେ ବିରୋଧୀ ବିବୃତ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ ସହ ଓଡ଼ିଶାର ନେତାମାନେ ଯୋଗ ଦେଇଛନ୍ତି। ବିଜେଡି ପକ୍ଷରୁ ସାମିଲ ହୋଇଥିଲେ ସଞ୍ଜୟ ଦାସବର୍ମା ଏବଂ ଅମର ପଟ୍ଟନାୟକ। ଭିଡିଓ ବାର୍ତ୍ତା ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଜନସଂଖ୍ୟା ଏକମାତ୍ର ଆଧାର ହେବା ଅନୁଚିତ୍। ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି। ଯଦି ସୀମା ନିର୍ଦ୍ଧାରଣରେ ସାଂସଦ ଓ ବିଧାୟକ ସିଟ୍ କମେ ତାହେଲେ, ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ହାନି ପହଞ୍ଚାଇବ। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳ ସହିତ ବୈଠକ କରି ଶଙ୍କା ଦୂର କରନ୍ତୁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଭଳି ବୈଠକ ଆୟୋଜନ କରିଥିବାରୁ ଧନ୍ୟବାଦ ବି ଜଣାଇଛନ୍ତି ନବୀନ। ବିଜେପି କହିଛି କେବଳ ଆମକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି। ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି। ବିଜେଡି ଆତ୍ମ ସମୀକ୍ଷା କରିବା ଦରକାର। ଡିଲିମିଟେସନ ପାଇଁ କୌଣସି ଗାଇଡ୍ ଲାଇନ ଆସିନି ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି। ଏହାଦ୍ୱାରା ଓଡ଼ିଶାର କ୍ଷତି ହେବନି, ବରଂ ଲାଭ ହେବ। ତେଣୁ ବିଜେଡି ଓଡ଼ିଶାବାସୀଙ୍କ ବିରୋଧୀ। 

ଅଧିକ ପଢ଼ନ୍ତୁ: ବିଜେଡି କରୁଛି ବଡ଼ ଚାଲ୍‌, ଚେନ୍ନାଇରେ ବସିଛି ମେଳି...

ବଡ଼ କଥା ହେଉଛି ସବୁବେଳେ ସମଦୂରତାର କଥା କହି ଆସୁଥିବା ନବୀନଙ୍କୁ ପ୍ରଥମ ଥର ପାଇଁ ଏକ ବିରୋଧୀ ଷ୍ଟାଣ୍ଡ ନେବାର ଦେଖିବାକୁ ମିଳିଛି। ସରକାରରେ ଥିବା ବେଳେ ଏନଡିଏକୁ ଅହେତୁକ ସହୟତା ଦେଖାଇଥିବା ନବୀନ, କ୍ଷମତାରୁ ଯିବା ପରେ ଏନଡିଏ ବିରୋଧୀ ମେଳିରେ ସାମିଲ ହୋଇଛନ୍ତି।  ସବୁ ନିଷ୍ପତ୍ତିରେ ଶେଷ ଯାଏଁ ଅପେକ୍ଷା କରିଥିବା ନବୀନ କିନ୍ତୁ ସୀମା ନିର୍ଦ୍ଧାରଣ ଆଧାର ସ୍ପଷ୍ଟ ହେବା ପୂର୍ବରୁ ବିରୋଧ ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠୁଛି, ନବୀନଙ୍କ ଏମିତି ଷ୍ଟାଣ୍ଡ ପଛରେ କଣ ରହିଛି ପଲିଟିକାଲ ଷ୍ଟ୍ରାଟେଜି ? ଇଣ୍ଡି  ମେଣ୍ଟର ନିକଟର ହେବାକୁ ଚାହୁଁଛି କି ବିଜେଡି ? ନା ଲୋକସଭାରେ ଶୂନ ହେବା ପରେ ଜାତୀୟ ରାଜନୀତିରେ ଉପସ୍ଥିତି ଜାହିର ପାଇଁ ଏମିତି ଷ୍ଟାଣ୍ଡ ?

୨୦୨୬ରେ ଜନସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଛନ୍ତି। ଏହାହେଲେ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟଗୁଡିକରେ ସିଟ୍ ସଂଖ୍ୟା କମିବ ଏବଂ ଜନସଂଖ୍ୟା ବହୁଳ ରାଜ୍ୟରେ ସିଟ୍ ବଢିବ ବୋଲି ଚର୍ଚ୍ଚା ହେଉଛି। ଯଦ୍ୱାରା ଦକ୍ଷିଣ ଭାରତ ସହ କିଛି ଛୋଟ ରାଜ୍ୟ ପ୍ରଭାବିତ ହେବା ଆଶଙ୍କା କରି ଏହି ପ୍ରକ୍ରିୟାକୁ ବିରୋଧ ଆରମ୍ଭ କରିଛନ୍ତି। ତେବେ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଭଳି ଆଶଙ୍କାକୁ ଖଣ୍ଡନ କରିଥିଲେ। ଏହାସତ୍ତ୍ବେ ବି ଜାତୀୟ ରାଜନୀତି ଘନଉଛି। ସେପଟେ ଦୁର୍ନୀତିରୁ ଧ୍ୟାନ ହଟାଇବାକୁ ଷ୍ଟାଲିନ୍ ଡିଲିମିଟେସନ ପ୍ରସଙ୍ଗରେ ବୈଠକ କରୁଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ତାମିଲନାଡୁ ବିଜେପି।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !