/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663520150.jpg)
Team India New Jersey
ଭାରତୀୟ ଟିମ୍କୁ ମିଳିଲା ନୂଆ ଜର୍ସି । ଆଗାମୀ T20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ । ପୂର୍ବ ଜର୍ସି ଭଳି ଏହାର ରଙ୍ଗ ବ୍ଲୁ କିନ୍ତୁ ଏହା ଦେଖିବାକୁ ଅଧିକ ଚମକିଲା ।
ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ହରମନପ୍ରିତ କୋର୍, ରେଣୁକା ସିଂହ, ଶେଫାଳୀ ବର୍ମା ନଜର ଆସିଛନ୍ତି । ଦିନକ ପରେ ଅର୍ଥାତ ୨୦ ତାରିଖରୁ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ୍ରେ ବି ନୂଆ ଜର୍ସିରେ ଦିଶିବ ଟିମ୍ ଇଣ୍ଡିଆ । ଏସିଆ କପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ସିରିଜ୍ ବେଶ ଗୁରୁତ୍ୱବହନ କରୁଛି ।
To every cricket fan out there, this one’s for you.
Presenting the all new T20 Jersey - One Blue Jersey by @mpl_sport. #HarFanKiJersey#TeamIndia#MPLSports#CricketFandompic.twitter.com/3VVro2TgTT
— BCCI (@BCCI) September 18, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)