• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘୋଷଣା ହେଲା ଆଇପିଏଲ ୨୦୨୩ର ମ୍ୟାଚସୂଚୀ । ଶୁକ୍ରବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୩ ପାଇଁ ମ୍ୟାଚ ସୂଚୀ ଓ ଭେନ୍ୟୁ ଘୋଷଣା କରିଛି । IPLଗତ ସଂସ୍କରଣର ସମସ୍ତ ମ୍ୟାଚ୍ ମୁମ୍ବାଇ ପୁନେ ଓ ଅହମ୍ମଦାବାଦରେ ଖେଳାଯାଇଥିଲା । ମାତ୍ର ବହୁ ପ୍ରତୀକ୍ଷିତ କ୍ରିକେଟ ଲିଗ୍ ଆଇପିଏଲର ଷୋଡଶ ସଂସ୍କରଣ ପୁନର୍ବାର ହୋମ ଓ ଆୱେ ଫର୍ମାଟରେ ଖେଳାଯିବ । ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।

ଲିଗ ପର୍ଯ୍ୟାୟରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବାକୁ ସୂଚୀ ରହିଛି । ୫୨ ଦିନ ଧରି ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ, ମୋଟ ୧୨ଟି ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ଇଣ୍ଡିଆନ ପ୍ରିମିୟର ଲିଗର ଷୋଡଶ(16ତମ) ସଂସ୍କରଣ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଗତ ଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସକୁ(GT) ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ(CSK) । ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୨୦୨୩ର ଉଦଘାଟନୀ ମ୍ୟାଚ୍ ଖେଳାଯିବ ।

ଅଧିକ ପଢ଼ନ୍ତୁ: BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଏହାପରେ ୨୦୨୩ ଏପ୍ରିଲ ୧ରେ ଚଳିତ ସଂସ୍କରଣର ପ୍ରଥମ ଡବର ହେଡର ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ମୋହାଲିରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ଯରେ ଖେଳାଯିବ । ଅନ୍ୟପଟେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ । TATA ଆଇପିଏଲ ୨୦୨୩ରେ ଏଥର ମୋଟ ୧୮ ଡବଲ ହେଡର ମୁକାବିଲା ରହିଛି । ଅପରାହ୍ନ ମ୍ୟାଚ୍ 3.30PM ରେ ଆରମ୍ଭ ହେବ ଓ ସନ୍ଧ୍ୟା ମ୍ୟାଚ୍ ୭.୩୦ରେ ଖେଳାଯିବ । ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ଦୁଇଟି ହୋମ ମ୍ୟାଚ୍ ଗୌହାଟୀରେ ଖେଳିବ । ପରେ ଅବଶିଷ୍ଟ ମ୍ୟାଚ୍ ଜୟପୁରରେ ଖେଳିବ । ପଞ୍ଜାବ କିଙ୍ଗ୍ସ ମୋହାଲିରେ 5ଟି ହୋମ୍ ମ୍ୟାଚ୍ ଖେଳିବ ଓ ପରେ ଶେଷ ଦୁଇଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଧର୍ମଶାଳାରେ ଖେଳିବ ।

ତେବେ ପ୍ଲେ-ଅଫ୍ ଓ ଫାଇନାଲ ମୁକାବିଲାର ମ୍ୟାଚ ସୂଚୀ ସହିତ ଭେନ୍ୟୁ ଖୁବଶୀଘ୍ର ଘୋଷଣା ହେବ । TATA IPL 2023ର ଫାଇନାଲ ମୁକାବିଲା ମଇ 28, ୨୦୨୩ରେ ଖେଳାଯିବ ।