• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ । ପ୍ରେମ ମାନେନି ଜାତି, ଗୋତ୍ର, ବୟସ । ପ୍ରେମ ତ୍ୟାଗ ଶିଖାଏ, ପ୍ରେମ ପୁଣି ସାହସ ମଧ୍ୟ ଦିଏ । ପ୍ରେମିକାକୁ ଆଘାତ ହେଲେ ପ୍ରେମିକ ଆଖୁରୁ ଲୁହ ନୁହେଁ, ଛାତିରୁ ଲହୁ ଝରେ । ସେହିପରି ପ୍ରେମିକ ପାଇଁ ପ୍ରେମିକା ପୂରା ଦୁନିଆ ସହ ଲଢ଼ିବାକୁ ମଧ୍ୟ ପଛାଏ ନାହିଁ ।

ପ୍ରେମ କେତେବେଳେ ହୁଏ, କାହା ସହ ହୁଏ କିଛି ଜଣା ପଡ଼େନି । ଏଠି ଆମେ କହୁଛୁ ଜଣେ ଫୁଟବଲରଙ୍କ କଥା । ତାଙ୍କର ପ୍ରେମ କାହାଣୀ ଟିକେ ଅନୋଖା । ତାଙ୍କର ପ୍ରେମିକା ନୁହେଁ, ଅଛନ୍ତି ପ୍ରେମିକ । ଆଉ ସେହି ପ୍ରେମିକକୁ ସେ ପଡ଼ିଆରେ ପ୍ରପୋଜ କରି ନିଜର ସାହସର ପ୍ରମାଣ ଦେଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by J O S H C A V A L L O (@joshua.cavallo)

ଅଷ୍ଟ୍ରେଲିଆର ପ୍ରଥମ ସମଲିଙ୍ଗୀ ପୁରୁଷ ଫୁଟବଲର୍ ଭାବରେ ଜଣାଶୁଣା ଜୋସ୍ କାଭାଲୋ ଓ ତାଙ୍କ ସାଥୀ ଲିଟନ୍ ମୋରେଲଙ୍କୁ ପଡ଼ିଆ ଭିତରେ ବିବାହର ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଛନ୍ତି । ଆଡିଲେଡ୍ ୟୁନାଇଟେଡ୍ ଫୁଟବଲ୍ କ୍ଲବ ଘର ହିନ୍ଦମର୍ଶ ଷ୍ଟାଡିୟମର ପଡ଼ିଆରେ ଏହି ରୋମାଣ୍ଟିକ୍ ପ୍ରସ୍ତାବ ଦେଇଥିଲେ ।

ସମାଜର ଟାହି ଟାପରାକୁ ସେ ଖାତିର କରିନଥିଲେ । ଗୋଟିଏ ଆଣ୍ଠୁରେ ଆଣ୍ଠେଇ ନିଜ ପ୍ରାଣପ୍ରିୟର ହାତ ମାଗିଥିଲେ ଜୋସ୍ । ଗତ ମାର୍ଚ୍ଚ ୧୩ରେଏହି ଘଟଣା ଘଟିଥିଲା । ଏହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ପ୍ରେମର ଏହି ମୁହୂର୍ତ୍ତକୁ ସେ ପୋଷ୍ଟ କରି ଲେଖିଛନ୍ତି, ଖୁବଶୀଘ୍ର ଆମର ସୁଖପୂର୍ଣ୍ଣ ସଂସାର ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।

ଉକ୍ତ ପୋଷ୍ଟଟି ଇନଷ୍ଟାଗ୍ରାମରେ ଭାଇରାଲ ହୋଇଯାଇଛି । ଅନେକ ୟୁଜର୍ସ, ସେମାନଙ୍କୁ ଏନେଇ ଅଭିନନ୍ଦନ ଜଣାଇଥିଲେ । ଜଣେ ୟୁଜର୍ସ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି ।