• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆରମ୍ଭ ହୋଇଛି ୱାର୍ଲଡ କପ୍‌ ଫାଇନାଲ୍‌ । ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରୁଥିବାବେଳେ ଭାରତ ବ୍ୟାଟିଂ କରୁଛି । ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଛି । ଏଥର ଭାରତର ବିଜୟର ସମ୍ଭାବନାକୁ କିଛି କ୍ରିକେଟ୍‌ ପ୍ରେମୀ ଚ୍ୟାଲେଞ୍ଚର ସହ ନେଇଛନ୍ତି ।

ଆଷ୍ଟ୍ରୋଟକ୍‌ ସିଇଓ ପୁନିତ୍‌ ଗୁପ୍ତା ଭାରତର ବିଜୟକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଭାରତ ଯଦି ବିଜୟ ହୁଏ ସେ ଆଷ୍ଟ୍ରୋଟକ୍‌ ୟୁଜର୍ସଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବାଣ୍ଟିବେ ।

ପୁନିତ ଗୁପ୍ତା ଆହୁରି ଲେଖିଛନ୍ତି ଗତଥର ମୋ ସାଥୀରେ କେବଳ କିଛି ସାଥୀଥିଲେ । ଯାହାଙ୍କ ସହ ମୁଁ ଖୁସି ବାଣ୍ଟିଥିଲି । କିନ୍ତୁ ଏଥର ମୋସହ କିଛି ଆଷ୍ଟ୍ରୋଟକ୍‌ ୟୁଜର୍ସ ଅଛନ୍ତି । ମୁଁ ତାଙ୍କ ସହ କିଛି କରିବାକୁ ଚାହୁଁଛି । ଚଳିତ ବର୍ଷ ୱାର୍ଲ୍ଡ କପ୍‌ରେ ଯଦି ଭାରତ ଯିତେ ତେବେ ମୁଁ ୧୦୦ କୋଟି ଟଙ୍କା ବାଣ୍ଟିବି । ଭାରତ ଜିତିବା ପରେ ୟୁଜର୍ସଙ୍କ ୱାଲେଟ୍‌ରେ ଟଙ୍କା ପହଞ୍ଚିଯିବ ।

ପୁନିତ ଗତକାଲି ଏହି ଟ୍ୱିଟ୍‌ କରିଥିବାବେଳେ ଏହା ଖୁବ୍‌ ଭାଇରାଲ ହେବାସହ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପୁନିତଙ୍କ ଏହି ଘୋଷଣା କ୍ରିକେଟ୍‌ ପ୍ରେମୀଙ୍କୁ ଆହୁରି ଆଲୋଚନାର ଖୋରାକ ଯୋଗାଇଛି ।