/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696476178.jpg)
Asian Games
ଏସିଆନ୍ ଗେମ୍ସରେ ବଢିଚାଲିଛି ଭାରତର ମେଡାଲ ସଂଖ୍ୟା । ପଦକ ଶହେ ଆଡକୁ ଗତି କରୁଛି ଭାରତ । ଗତକାଲି ସୁଦ୍ଧା ଭାରତ ୮୧ ଟି ପଦକ ପାଇଛି । ଗତକାଲି ଏକାଦଶ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ ୫ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ମିଳିଛି ।
ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।
ଆଜି ଏସିଆଡର ଏକାଧିକ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ଲଢେଇ ରହିଛି, ତେଣୁ ପଦକ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି। ଆଜି ସ୍କ୍ୱାସ ଏବଂ ବକ୍ସିଂରେ ଫାଇନାଲ ଲଢେଇ ରହିଛି । ସେହିପରି ବ୍ୟାଡମିଣ୍ଟନ ଏବଂ ମହିଳା ହକି ସେମିଫାଇନାଲରେ ପଦକ ପାଇଁ ମୁକାବିଲା କରିବେ ଭାରତୀୟ ପ୍ରତିଯୋଗୀ ।
ସେପଟେ ଉଭୟ ପଦକ ସଂଖ୍ୟା ଓ ସ୍ୱର୍ଣ୍ଣ ଜିତିବାରେ ରେକର୍ଡ କରିଛନ୍ତି ଭାରତୀୟ ଆଥଲେଟ୍ । ପ୍ରତିଯୋଗିତାର ଏକାଦଶ ଦିନ ସୁଦ୍ଧା ଭାରତ ଖାତାକୁ ଆସିଛି ମୋଟ ୧୮ଟି ସ୍ୱର୍ଣ୍ଣ ପଦକ । ସେହିଭଳି ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ମୋଟ୍ ପଦକ ସଂଖ୍ୟା ୮୧ ଛୁଇଁଛି । ଯାହାକି ଏସିଆଡରେ ଭାରତ ପାଇଁ ସର୍ବଶ୍ରେଷ୍ଠ ରେକର୍ଡ ।
୭୨ ବର୍ଷର ଇତିହାସରେ ପୂର୍ବ ସବୁ ସଫଳତାକୁ ଟପିଯାଇଛି ଭାରତ । ଏହା ପୂର୍ବରୁ ୨୦୧୮ ଜାକର୍ତ୍ତା ଏସିଆଡରେ 16ଟି ସ୍ୱର୍ଣ୍ଣ ସହ ମୋଟ ୭୦ଟି ପଦକ ଜିତିଥିଲେ ଭାରତୀ ଆଥଲେଟ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)