Advertisment

Asian Games: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Asian Games 2023

Asian Games 2023

ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ଜିଣିଛି। ପୁରୁଷ ଟିମ୍  କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ କରିଛି । ଆଜି ସଖାଳେ ତୀରନ୍ଦାଜୀରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଆଣିଥିଲା । ଏହାକୁ ମିଶାଇ ଏବେ ସୁଦ୍ଧା ଭାରତ ୮୪ ପଦକ ଜିଣି ତାଲିକାର ୪ର୍ଥ ସ୍ଥାନରେ ରହିଛି ଭାରତ । ସେମଧ୍ୟରେ ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ପଦକ ରହିଛି ।

Advertisment

ଅନ୍ୟପଟେ ଏସିଆନ୍ ଗେମ୍ସରେ ବଢିଚାଲିଛି ଭାରତର ମେଡାଲ ସଂଖ୍ୟା । ଶହେ ଆଡକୁ ଗତି କରୁଛି ଭାରତର ପଦକ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାରତ ୮୪ ଟି ପଦକ ପାଇସାରିଛି । ଗତକାଲି ଏକାଦଶ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ ୫ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ମିଳିଥିଲା ।

ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

Advertisment

ଆଜି ଏସିଆଡର ଏକାଧିକ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ଲଢେଇ ରହିଛି, ତେଣୁ ପଦକ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି। ଆଜି ସ୍କ୍ୱାସ ଏବଂ ବକ୍ସିଂରେ ଫାଇନାଲ ଲଢେଇ ରହିଛି । ସେହିପରି ବ୍ୟାଡମିଣ୍ଟନ ଏବଂ ମହିଳା ହକି ସେମିଫାଇନାଲରେ ପଦକ ପାଇଁ ମୁକାବିଲା କରିବେ ଭାରତୀୟ ପ୍ରତିଯୋଗୀ ।

ସେପଟେ ଉଭୟ ପଦକ ସଂଖ୍ୟା ଓ ସ୍ୱର୍ଣ୍ଣ ଜିତିବାରେ ରେକର୍ଡ କରିଛନ୍ତି ଭାରତୀୟ ଆଥଲେଟ୍ । ପ୍ରତିଯୋଗିତାର ଏକାଦଶ ଦିନ ସୁଦ୍ଧା ଭାରତ ଖାତାକୁ ଆସିଛି ମୋଟ ୧୮ଟି ସ୍ୱର୍ଣ୍ଣ ପଦକ । ସେହିଭଳି ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ମୋଟ୍ ପଦକ ସଂଖ୍ୟା ୮୧ ଛୁଇଁଛି । ଯାହାକି ଏସିଆଡରେ ଭାରତ ପାଇଁ ସର୍ବଶ୍ରେଷ୍ଠ ରେକର୍ଡ ।

୭୨ ବର୍ଷର ଇତିହାସରେ ପୂର୍ବ ସବୁ ସଫଳତାକୁ ଟପିଯାଇଛି ଭାରତ । ଏହା ପୂର୍ବରୁ ୨୦୧୮ ଜାକର୍ତ୍ତା ଏସିଆଡରେ 16ଟି ସ୍ୱର୍ଣ୍ଣ ସହ ମୋଟ ୭୦ଟି ପଦକ ଜିତିଥିଲେ ଭାରତୀ ଆଥଲେଟ୍ ।

Asian Games
Advertisment
Advertisment