Advertisment

ଅଷ୍ଟମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍

କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍‌ ଇଣ୍ତିଆ ବିନା ୱିକେଟ୍‌ରେ ମ୍ୟାଚ୍‌କୁ ଜିତିଯାଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
India Champion

India Champion

ଏସିଆ କପ୍‌ ଚାମ୍ପିଅନ୍‌ ହେଲା ଭାରତ । ଜିରୋ ୱିକେଟ୍‌ରେ ମ୍ୟାଚ୍‌ ଜିତିଲା ଟିମ୍‌ ଇଣ୍ତିଆ । ଅଷ୍ଟମ ଥର ପାଇଁ ଏହି ଟ୍ରଫି ଜିତିଛି ଭାରତ । କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍‌ ଇଣ୍ତିଆ ବିନା ୱିକେଟ୍‌ରେ ମ୍ୟାଚ୍‌କୁ ଜିତିଯାଇଛି ।

Advertisment

ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସହଜ ବିଜୟ । ଶ୍ରୀଲଙ୍କାକୁ ୧୦ ୱିକେଟ୍‌ରେ ମାତ୍ ଦେଲା ଭାରତ । ମାତ୍ର ୬.୧ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଛି ଟିମ୍‌ ଇଣ୍ତିଆ । ଭାରତ ପକ୍ଷରୁ ଈଶାନ କିଶନ ୨୩ ଓ ଶୁବମନ ଗିଲ ୨୭ ରନ୍‌ କରିଛନ୍ତି । ଟାର୍ଗେଟ ଅତ୍ୟନ୍ତ ଛୋଟ ଥିବାରୁ ଆଜି ଶୁବମନ ଗିଲଙ୍କ ସହ ଈଶାନ କିଶନ ଓପନିଂ କରିଥିଲେ । ଉଭୟ ଦମଦାର ବ୍ୟାଟିଂ କରିବା ସହ ୬.୧ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ ।

ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟ(୩ ୱିକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା ନ କରି ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି।

Advertisment

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲେ ମଧ୍ୟ ଉଭୟ ଦଳ ମିଳିତ ଭାବେ କେବଳ ୨୨ ଓଭର ଖେଳିଛନ୍ତି । ଈଶାନ କିଶନ ୧୮ ବଲରେ ୨୩ ଓ ଗିଲ ୧୯ ବଲରେ ୨୭ ରନ କରି ଶେଷ ଯାଏ ଅପରାଜିତ ରହିଛନ୍ତି । ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା । ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।

Asia Cup 2023 Ind Vs SL
Advertisment
Advertisment